Latest Odisha News

ଓଡ଼ିଶା ପିସିସି ଷ୍ଟିୟରିଂ କମିଟି ପକ୍ଷରୁ ରାଜ୍ୟ ପଦୂଷଣ ବୋର୍ଡ ସଦସ୍ୟଙ୍କୁ ସ୍ମାରକ ପତ୍ର ପ୍ରଦାନ

ଭୁବନେଶ୍ୱର: ଜିନ୍ଦଲ କମ୍ପାନୀ ଦେଶର ସର୍ବାଧିକ ପ୍ରଦୂଷଣ କରୁଥିବା ଶିଳ୍ପସଂସ୍ଥା । ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଏବଂ ଅନୁଗୁଳ ସହରର ପ୍ରାୟ ୬୦ଟି ଗ୍ରାମର ଜନସାଧାରଣ ଜିନ୍ଦଲ କମ୍ପାନୀ ଦ୍ୱାରା ନିର୍ଗତ ପାଉଁଶ ପୋଖରୀ ପାଣିଦ୍ୱାରା ମାରାତ୍ମକ ରୋଗର ଶୀକାର ହେଉଛନ୍ତି । ଏହି ପାଉଁଶ ଦ୍ୱାରା ପରିବେଶ ଓ ସ୍ୱାସ୍ଥ୍ୟ ଉଭୟ ନଷ୍ଟ ହେବାରେ ଲାଗିଛି ବୋଲି ଅଭିଯୋଗ ଆଣି ଆଜି ଓଡ଼ିଶା ପିସିସି ଷ୍ଟିୟରିଂ କମିଟି ସଦସ୍ୟ ସସ୍ମିତା ବେହେରାଙ୍କ ନେତୃତ୍ୱରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଠାରେ ଅଧ୍ୟକ୍ଷ ଓ ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ବିଶେଷ କରି ଲୋକମାନେ ଯକ୍ଷ୍ମା, ଆସ୍ଥମା, ଥାଇରଏଡ, ପାକସ୍ଥଳୀ ଏବଂ ହୃଦଘାତ ଜନୀତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏ ସମ୍ପର୍କରେ ଅଂଚଳବାସୀମାନେ ପୂର୍ବରୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କର୍ତୃପକ୍ଷ କୌଣସି କର୍ଣ୍ଣପାତ କରୁନାହାନ୍ତି । ଦ୍ୱିତୀୟତଃ କୋଲ ଗ୍ୟାସିଫିକେସନ ପ୍ଲାଣ୍ଟ (ସିଜିପି)ରୁ ନିର୍ଗତ ହେଉଥିବା ଅତ୍ୟନ୍ତ ଦୁର୍ଗନ୍ଧ ଗ୍ୟାସ ଦ୍ୱାରା ଲୋକମାନେ ଅଣନିଶ୍ୱାସୀ ହୋଇ ପଡ଼ୁଛନ୍ତି । ଆଗାମୀ ଦିନରେ ଲୋକ କି କି ରୋଗରେ ଆକ୍ରାନ୍ତ ହେବ ସେ ସମ୍ପର୍କରେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି ।

ଦେଶର ବିଭିନ୍ନ ରାଜ୍ୟରେ ଜିନ୍ଦଲ କମ୍ପାନୀ ନିୟମ କାନୁନ ଉଲ୍ଲଙ୍ଘନ କରୁଥିବାରୁ ନ୍ୟାସନାଲ ଗ୍ରୀନ ଟ୍ରବ୍ୟୁନାଲ ଦ୍ୱାରା ଦଣ୍ଡିତ ହୋଇଛି । ଓଡ଼ିଶାର ମଧ୍ୟ ଜିନ୍ଦଲ କମ୍ପାନୀକୁ ଏନଜିଟି ୨ କୋଟି ଟଙ୍କାରେ ଦଣ୍ଡିତ କରିଛି । ପଲ୍ୟୁସନ କଂଟ୍ରୋଲ ବୋର୍ଡ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଜିନ୍ଦଲ କମ୍ପାନୀର ଏଭଳି ମନୋମୁଖି କାର୍ଯ୍ୟର ଅନୁସନ୍ଧାନ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅଜିର ପ୍ରତିନିଧି ଦଳ ସ୍ମାରକପତ୍ରରେ ଦାବୀ ଉପସ୍ଥାପନ କରିଛନ୍ତି । ନଚେତ ଜନସାଧାଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ ଗଢ଼ି ଉଠିବ ବୋଲି ଚେତାବନୀ ଦିଆଯାଇଛି । ଏହି ଅବସରରେ ନବୀନ ଜିନ୍ଦଲ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

Leave A Reply

Your email address will not be published.