Latest Odisha News

BREAKING NEWS

Plus Two Admission:ଯୁକ୍ତ ଦୁଇ ଫେଜ୍ ୧ ନାମଲେଖା: ପ୍ରକାଶ ପାଇଲା ଦ୍ବିତୀୟ ମେଧା ତାଲିକା

ଭୁବନେଶ୍ୱର:୨୦୨୬-୨୭ ଶିକ୍ଷାବର୍ଷ ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ଦ୍ବିତୀୟ ମେଧା ତାଲିକାରେ ମୋଟ ୪୬,୫୭୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ୮୭,୫୪୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୪୬,୫୭୦ ଜଣଙ୍କୁ ଚୟନ କରାଯାଇଛି । ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୨୫,୮୭୪ ଜଣ ସ୍ଲାଇଡ୍-ଅପ୍ ଅନୁରୋଧ ମାଧ୍ୟମରେ ନାମ ଲେଖଛନ୍ତି ।

ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳାରେ ସର୍ବାଧିକ ୩୨,୭୮୨ ଜଣ ନାମ ଲେଖଛନ୍ତି । ଏହାପରେ ବିଜ୍ଞାନରେ ୧୧,୨୯୭ ଜଣ, ବାଣିଜ୍ୟରେ ୨,୦୮୩ ଜଣ, ଧନ୍ଦାମୂଳକରେ ୨୬୧ ଜଣ ଏବଂ ସଂସ୍କୃତରେ ୧୪୭ ଜଣ ଅଛନ୍ତି । ମୋଟ ୨୩,୨୩୧ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରଥମ ପସନ୍ଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ମିଳିଛି ।

କଟକର ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ସର୍ବାଧିକ କଟଅଫ୍ (୭୮.୦୦%), ବାଣିଜ୍ୟରେ (୭୮.୨୦%) ଏବଂ ବିଜ୍ଞାନରେ (୯୦.୦୦% ) ହାସଲ କରିଛି । ବାଲେଶ୍ୱରର ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲେଶ୍ୱରର ଏଫଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୬୭.୬୭% କଟଅଫ୍ ସହିତ ଧନ୍ଦାମୂଳକ ଷ୍ଟ୍ରିମ୍‌ରେ ଶୀର୍ଷରେ ରହିଛି । ଉପଶାସ୍ତ୍ରୀ ଷ୍ଟ୍ରିମ୍‌ରେ ପାରଳାଖେମୁଣ୍ଡିର ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୭୬.୦୦% ସହିତ ସର୍ବାଧିକ କଟଅଫ୍ ରେକର୍ଡ କରିଛି ।

Leave A Reply

Your email address will not be published.