Latest Odisha News

[ଦେଖନ୍ତୁ ଭିଡିଓ] ପୁଲିସ୍ ପ୍ରତିଷ୍ଠା ଦିବସ ଅବସରରେ ପୁଲିସ କର୍ମଚାରୀ ସମ୍ବର୍ଦ୍ଧିତ

କଟକ  : ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ପୁଲିସ ପ୍ରତିଷ୍ଠା ଦିବସ । ଅନ୍ୟ ସ୍ଥାନ ଭଳି କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ଖେଳପଡିଆ ଠାରେ ଏହି ଦିବସକୁ ଧୂମଧାମରେ ପାଳନ କରାଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଲିସ ପ୍ରତିଷ୍ଠା ଦିବସକୁ ଉଦଘାଟନ କରିଥିଲେ।

ପ୍ରତିଷ୍ଠା ଦିବସରେ ଷଷ୍ଠ ବାଟାଲିୟନ, କମିସନରେଟ୍ ପୋଲିସ, ଟ୍ରାଫିକ୍, ସଶସ୍ତ୍ର ବଳ,ଓଡ୍ରାଫ ବାହିନୀ ଆଦି ବିଭାଗର ପୋଲିସ କର୍ମଚାରୀ ମାନେ ସାମିଲ ହୋଇଥିଲେ।  ନିଷ୍ଠାର ସହ ପୋଲିସ କର୍ମଚାରୀ ମାନେ ସାଧାରଣ ଜନତାଙ୍କୁ ସେବା ଯୋଗାଇ ଆସିଛନ୍ତି । ସେହିପରି କୋଭିଡ୍ ର ଖରାପ ପରିସ୍ଥିତିରେ ମଧ୍ୟ ବିପଦକୁ ସାମ୍ନା କରିଥିବାବେଳେ ପ୍ରତିଟି ମୂହୁର୍ତ୍ତରେ ସେବା ଯୋଗାଇଛନ୍ତି ଓଡିଶା ପୋଲିସ ।

ସାଇବର କ୍ରାଇମ୍ କୁ ରୋକିବା ଦିଗରେ ବିଭିନ୍ନ ପଦ୍ଧତି ମାନ ଓଡିଶା ପୋଲିସ ଆପଣେଇଥିବା କହିଛନ୍ତି ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ।

ପ୍ରତିଷ୍ଠା ଦିବସରେ ସେବା ପ୍ରଦାନ କରି ଆସୁଥିବା ବିଭିନ୍ନ ବିଭାଗର ଅଫିସର୍, କର୍ମଚାରୀ, ଦୁର୍ଗପତିଙ୍କ ସମେତ ଶ୍ରେଷ୍ଠ ବାଟାଲିୟନମାନଙ୍କୁ ଆର୍ଥିକ ସହାୟତା ସହ ଟ୍ରଫି ପ୍ରଦାନ କରିଥିଲେ ମୁଖ୍ୟ ଅତିଥି। ଆଜି ପବିତ୍ର ଉତ୍କଳ ଦିବସ ଥିବାରୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା।

Comments are closed.