Latest Odisha News

BREAKING NEWS

ରଣପୁରରେ ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ଗଛରେ ବାନ୍ଧି ମାଡ ଅଭିଯୋଗ, ୭ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ କଲେ ପରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ

ନୟାଗଡ : ନାବାଳିକାଙ୍କୁ ଦୁଷ୍କର୍ମ କଲେ ପରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ । ନାବାଳିକା ଜଣକ ଥାନାକୁ ଯିବାରୁ ଅଭିଯୁକ୍ତଙ୍କ ପରିବାର ନାବାଳିକାକାଙ୍କୁ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ ମାରିଛନ୍ତି ।ନୟାଗଡ ଜିଲ୍ଲା ରଣପୁର ଥାନା ହିଞ୍ଜିଳି ଗାଁରୁ ଏପରି ସାଙ୍ଘାତିକ ଅଭିଯୋଗ ଆସିିଛି । ନାବାଳିକା ଜଣକ ଗର୍ଭବତୀ ହେବାରୁ ପୁରା ଘଟଣା ସାମ୍ନାକୁ ଆସିଥିଲା । ଏହି ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ନୟାଗଡ ହିଞ୍ଜିଳି ଗାଁର ବାବୁ ପରିଡା ନାମକ ଜଣେ ବ୍ୟକ୍ତି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ।ଏନେଇ ପିଡିତାଙ୍କ ପରିବାର ସରପଞ୍ଚ ଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ଯ୍ୟନ୍ତ ଜଣାଇଥିଲେ । ହେଲେ କେହି ନଶୁଣିବାରୁ ଶେଷରେ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ।ଏହି ସମୟରେ ଅଭିଯୁକ୍ତଙ୍କ ପରିବାର ନାବାଳିକାଙ୍କୁ ମାଡ ମାରିଛନ୍ତି ।

Leave A Reply

Your email address will not be published.