Latest Odisha News

BREAKING NEWS

ତିର୍ତ୍ତୋଲ ଉପନିର୍ବାଚନରେ ପୋଲିସ ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି ଅଭୟ

ଜଗତସିଂହପୁର: ତିନି ଦିନ ପରେ ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ । ଆଜି ତିର୍ତ୍ତୋଲରେ ଭୋଟିଂ ନେଇ ପୋଲିସ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ ।

ତିର୍ତ୍ତୋଲ ଉପନିର୍ବାଚନରେ ମୁତୟନ ହେବେ ୨୧ ପ୍ଲାଟୁନ୍ ପୋଲିସ ଫୋର୍ସ । ୧୫୦ରୁ ଅଧିକ ଅଫିସର ସୁରକ୍ଷା ଦାୟିତ୍ୱର ତଦାରଖ କରିବେ । ପୋଲିସ ବ୍ୟବସ୍ଥା ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି ପୋଲିସ ଡିଜି । ତିର୍ତ୍ତୋଲରେ ମତଦାନ ଶାନ୍ତିଶୃଙ୍ଖଳାରେ ହେବ ବୋଲି ଡିଜିପି ଅଭୟ କହିଛନ୍ତି ।

ଜଗତସିଂହପୁରରେ ଏହି ସମୀକ୍ଷା ବୈଠକ ହୋଇଥିଲା । ଏଥିରେ ଯୋଗ ଦେଇଥିଲେ ଜଗତସିଂହପୁର ଏସପି, କେନ୍ଦ୍ରାଞାଞ୍ଚ ରେଞ୍ଜ ଡିଆଇଜି, ଆଇନ ଶୃଙ୍ଖଳା ଏଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକ ପ୍ରମୁଖ ।

Leave A Reply

Your email address will not be published.