Latest Odisha News

BREAKING NEWS

ଅଫ୍‌ଲାଇନ୍‌ ବୋର୍ଡ ପରୀକ୍ଷା ସପକ୍ଷରେ ନାହାନ୍ତି ସୋନୁ ‌ସୁଦ

ନୂଆଦିଲ୍ଲୀ: କରୋନା ମାମଲା ବଢିବା ସ‌ତ୍ତ୍ବେ ଚଳିତ ବର୍ଷ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ଥିବା ଛାତ୍ରମାନଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି ଅଭିନେତା ସୋନୁ ସୁଦ।

ସୋନ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ସେ ଏହି ଭିଡିଓର କ୍ୟାପସନ୍ ଦେଇଛନ୍ତି, “ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେଉଁମାନେ ଏହି କଠିନ ସମୟରେ ଅଫଲାଇନ୍ ବୋର୍ଡ ପରୀକ୍ଷା ପାଇଁ ହାଜର ହେବାକୁ ବାଧ୍ୟ ହେଉଛନ୍ତି ସେମାନଙ୍କୁ ସମର୍ଥନ କରନ୍ତୁ।

ଦିନକୁ ୧୪୫କେ କୁ ବୃଦ୍ଧି ପାଇବା ସହିତ ମୁଁ ଅନୁଭବ କରୁଛି ଯେ ଏତେ ଜୀବନକୁ ବିପଦ ଆଡକୁ ଠେଲି ଦେବା ଅପେକ୍ଷା ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ ଏବଂ ସେମାନଙ୍କ ପାଇଁ ଏକ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ପଦ୍ଧତି ରହିବା ଉଚିତ୍।

ସୋନୁ ଆହୁରି ମଧ୍ୟ କହିଛନ୍ତି ଯେ, ସିବିଏସ୍ଇ ଏବଂ ବୋର୍ଡ ପରୀକ୍ଷା ଅଫଲାଇନରେ ହେବାକୁ ଯାଉଛି, ମୁଁ ଭାବୁନାହିଁ ଯେ ଏଭଳି ପରିସ୍ଥିତି ମଧ୍ୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ପ୍ରସ୍ତୁତ ଅଛନ୍ତି। ଏହା ନିଶ୍ଚିତ ରୂପେ ଅନ୍ୟାୟ।

Leave A Reply

Your email address will not be published.