Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ବାଣଫୁଟା କଟକଣା ଅନୁଯାୟୀ ଦୀପାବଳି ପାଳିବାକୁ ଓଡିଶା ପୋଲିସର ସର୍କୁଲାର ଜାରି

ଭୁବନେଶ୍ୱର : ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଶୁକ୍ରବାର ଦିନ ଓଡିଶା ପୋଲିସ ପକ୍ଷରୁ ଏକ ସର୍କୁଲାର ଜାରି ହୋଇଛି । ସୁପ୍ରିମକୋର୍ଟ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶାବଳୀ ଜାରି କରିବା ପରେ ଦୀପାବଳିରେ ସତର୍କତାକୁ ନେଇ ଚଳିତ ବର୍ଷ ଓଡିଶା ପୋଲିସ ପକ୍ଷରୁ ଏକ ସର୍କୁଲାର ଜାରି କରିଛନ୍ତି ।

ଏହି ସର୍କୁଲାରକୁ ମାନିବା ପାଇଁ ରାଜ୍ୟର ସମସ୍ତ ଏସପି ଓ ଡିସିପି ମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ଦୀପାବଳିରେ ବାଣ ଫୁଟାଇବା ଲାଗି ଓଡିଶାରେ ରାତି ୮ ଟାରୁ ୧୦ଟା ଯାଏଁ ଅନୁମତି ମିଳିପାରିବ ।

ଉଲ୍ଲେଖଯୋଗ୍ୟ ଯେ ଦୀପାବଳିରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ପୂର୍ବରୁ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶାବଳୀ ଜାରୀ କରିବା ସହ କମ୍ ପ୍ରଦୂଷଣଯୁକ୍ତ ବାଣ ଫୁଟାଇବା ନେଇ ଅନୁମତି ପ୍ରଦାନ କରିଥିଲେ ।

ଦୀପାବଳିରେ ବାଣ ଫୁଟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ ଜଷ୍ଟିସ ଏ କେ ସିକ୍ରିି ଏବଂ ଅଶୋକ ଭୂଷଣଙ୍କ ଏକ ଖଣ୍ଡପୀଠରେ ଶୁଣାଣି ହୋଇଥିଲା । ଏହି ଶୁଣାଣିରେ ବାଣ ଫୁଟାକୁ ଅନୁମତି ପ୍ରଦାନ କରିବା ସହିତ ରାତି ୮ଟାରୁ ୧୦ଟା ମଧ୍ୟରେ କୋର୍ଟ ଅନୁମତି ପ୍ରଦାନ କରିଥିଲେ ।

Leave A Reply

Your email address will not be published.