Latest Odisha News

BREAKING NEWS

Odisha Police:ଓଡ଼ିଶା ପୋଲିସରେ ଗଠନ ହେବ ୩ ନୂଆ ବିଭାଗ; ଆତଙ୍କବାଦୀ ଓ ନିଶା ନିରୋଧୀ ଟାସ୍କ ଫୋର୍ସ ସହ…

ଭୁବନେଶ୍ୱର:ଓଡ଼ିଶା ପୋଲିସରେ ଗଠନ ହେବ ୩ ନୂଆ ବିଭାଗ । ନିଶା କାରବାର, ଆତଙ୍କବାଦୀ କାର୍ଯ୍ୟକଳାପ ଓ ସଡ଼କ ଦୁର୍ଘଟଣା ରୋକିବା ଦିଗରେ ଓଡ଼ିଶା ପୋଲିସକୁ ଆହୁରି ସୁଦୃଢ଼ କରାଯିବ । ରାଜ୍ୟ ପୋଲିସରେ ୩ଟି ନୂଆ ବିଭାଗ—ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍‌ (ଏଟିଏସ୍‌), ଆଣ୍ଟି ନାରକୋଟିକ୍ସ ଟାସ୍କ ଫୋର୍ସ (ଏଏନ୍‌ଟିଏସ୍‌) ଓ ରୋଡ୍‌ ସେଫ୍‌ଟି ୱିଙ୍ଗ୍‌ ଗଠନ ହେବ। ଏନେଇ ପୋଲିସ ଡିଜି ୱାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ବେଆଇନ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ସ୍ୱତନ୍ତ୍ର ଆଣ୍ଟି ନାରକୋଟିକ୍ସ ଟାସ୍କ ଫୋର୍ସ ଗଠନ କରାଯିବ। ଏଥିପାଇଁ ରାଜ୍ୟରେ ୧୦ଟି ସ୍ୱତନ୍ତ୍ର ପୋଲିସ ଥାନା ଓ ୧୯ଟି ଇଣ୍ଟେଲିଜେନ୍ସ ୟୁନିଟ୍‌ ଗଠନ ପାଇଁ ପ୍ରସ୍ତାବ ରହିଛି।

ଅନ୍ୟପକ୍ଷରେ ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ଲକ୍ଷ୍ୟରେ ରୋଡ୍‌ ସେଫ୍‌ଟି ୱିଙ୍ଗ୍‌ ଗଠନ କରାଯିବ। ଜଣେ ଏଡିଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଏହି ବିଭାଗ କାର୍ଯ୍ୟ କରିବ। ଏଥିପାଇଁ ୨,୦୦୦ ପଦବି ରଖାଯାଇଥିବା ଡିଜିପି ସୂଚନା ଦେଇଛନ୍ତି।

ସ୍ୱତନ୍ତ୍ର କମାଣ୍ଡୋମାନଙ୍କୁ ତାଲିମ ଦିଆଯାଉଥିବା ବେଳେ ଆବଶ୍ୟକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଉପକରଣ ଯୋଗାଇବା ପାଇଁ ମଧ୍ୟ ବ୍ୟବସ୍ଥା ହେଉଛି।

 

 

Comments are closed.