Latest Odisha News

BREAKING NEWS

ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ଓଡିଶା ପୋଲିସ ହେବ ସାହାରା, ନିକଟସ୍ଥ ଥାନାରୁ ମିଳିବ ବସ୍ ସେବା

ଭୁବନେଶ୍ୱର : ଏଣିକି ଓଡିଶା ଭିତରେ ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବ ପୋଲିସ । ଯଦି ଶ୍ରମିକମାନେ ରାଜ୍ୟ ଭିତରେ କେଉଁଠାକୁ ଯାଉଥାନ୍ତି କିମ୍ବା ରାଜ୍ୟ ବାହାରକୁ ଯାଉଥାନ୍ତି ତେବେ ତାଙ୍କ ପାଇଁ ଓଡିଶା ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯିବ ।

ରାଜ୍ୟ ଭିତରେ ସ୍ୱତନ୍ତ୍ର ବସ୍ ଯୋଗେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯିବ । ସେହିପରି ରାଜ୍ୟ ବାହାରକୁ ଯାଉଥିଲେ ସେମାନଙ୍କୁ ଓଡିଶା ସୀମାରେ ଛଡାଯିବ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି ।

ଶ୍ରମିକମାନେ ନିକଟସ୍ଥ ଥାନାକୁ କିମ୍ବା ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବେ । ସେମାନଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା କରାଯିବ । ଏହାପରେ ଗନ୍ତବ୍ୟ ସ୍ଥଳକୁ ବସ୍ ଯୋଗେ ପଠାଯିବ । ପରିବହନର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଖର୍ଚ୍ଚ ହେବ । ପ୍ରାଥମିକ ସ୍ତରରେ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ଏହି ବସ ବ୍ୟବସ୍ଥା କରାଯାଇଥିବା ଡିଜି ସୂଚନା ଦେଇଛନ୍ତି ।

ଏହି କ୍ରମରେ ରାୟଗଡାରେ ପହଞ୍ଚିଥିବା ଅନ୍ୟ ରାଜ୍ୟର ୫୪୪, ଗିରିଶୋଲାଠାରେ ୨୭୦ ପ୍ରବାସୀ ଶ୍ରମିକଙ୍କୁ ବସ୍ ଯୋଗେ ପଠାଯାଇଛି ।

Leave A Reply

Your email address will not be published.