Latest Odisha News

BREAKING NEWS

ଆସନ୍ତା ୨୦ ରୁ ଗଡିବନି ବସ୍, ସାରା ରାଜ୍ୟରେ ବସ୍ ଧର୍ମଘଟ ଡାକରା ଦେଲା ଘରୋଇ ବସ୍‌ ମାଲିକ ସଂଘ

ଭୁବନେଶ୍ୱର: ପୁଣି ଧର୍ମଘଟ ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ। ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ। ସକାଳ ୬ଟାରୁ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ ହେବା ନେଇ ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍ ଧର୍ମଘଟ ନିଷ୍ପତ୍ତି ନିଆଯାଇଛି।

ଏନେଇ ପୂର୍ବରୁ ଗତ ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍ ଗଡିବ ନାହିଁ ବୋଲି କୁହାଯାଇଥିଲା। ହେଲେ ରାଜ୍ୟ ସରକାରଙ୍କ ସହ ସଂଘର ଆଲୋଚନା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ପରିଷଦରେ ତୀବ୍ର ବିରୋଧ କରାଯାଇଥିଲା। ଗାଁରୁ ବ୍ଲକ ହେଡକ୍ବାର୍ଟରକୁ ଯାତ୍ରୀ ପରିବହନ ସୁଗମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି।

ସେପଟେ ବରଦା ଆଚାର୍ଯ୍ୟ ମହାନ୍ତି କହିଛନ୍ତି, ବ୍ଲକରୁ ଜିଲ୍ଲାକୁ କୌଣସି ଲକ୍ଷ୍ମୀ ଯୋଜନା ବସ ଚାଲିକ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେବଳ ପଞ୍ଚାୟତରୁ ବ୍ଲକକୁ ଗଡିବ। କିନ୍ତୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ସହ ଭଡା ମଧ୍ୟ କମାଇ ଦେଇଛନ୍ତି। ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ପରେ ଘରୋଇ ବସ୍ ମାଲିକମାନେ ଅସୁବିଧାରେ ପଡିବେ। ଏହାସହ ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର କର୍ମଚାରୀଙ୍କ ପେଟ ପାଟଣାକୁ ଲାତ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ। ତେଣୁ ଏହାକୁ ବିରୋଧରେ ଆସନ୍ତା ୨୦ରୁ ବସ୍ ଧର୍ମଘଟ କରାଯିବ।

Leave A Reply

Your email address will not be published.