Latest Odisha News

BREAKING NEWS

ବଦଳିଲା ଭୁବନେଶ୍ବର ଓ ପୁରୀ ରାଜଭବନର ନାଁ

ଏଣିକି ରାଜଭବନର ନାଁ ହେବ ଲୋକ ଭବନ

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ପୁରୀରେ ଥିବା ରାଜଭବନଗୁଡ଼ିକୁ ସୋମବାର ଦିନ ଆନୁଷ୍ଠାନିକ ଭାବରେ ଲୋକଭବନ ଭାବେ ନାମିତ କରାଯାଇଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏହି ପରିବର୍ତ୍ତନ କରାଯାଇଛି। ଯାହା ଦେଶବ୍ୟାପୀ ରାଜଭବନଗୁଡ଼ିକୁ ଲୋକଭବନ ଏବଂ ରାଜ ନିବାସକୁ ଲୋକ ନିବାସ କରିବାକୁ ନିର୍ଦ୍ଦେଶ ହୋଇଛି।

ଓଡ଼ିଶା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ସୋମବାର (ଡିସେମ୍ବର ୧, ୨୦୨୫) ଠାରୁ ସମସ୍ତ ସରକାରୀ ଉଦ୍ଦେଶ୍ୟ ପାଇଁ ଭୁବନେଶ୍ୱର ରାଜଭବନ ଏବଂ ପୁରୀ ରାଜଭବନକୁ ଯଥାକ୍ରମେ ଭୁବନେଶ୍ୱର ଲୋକଭବନ ଏବଂ ପୁରୀ ଲୋକଭବନ ଭାବରେ ନାମିତ କରାଯାଇଛି।

ରାଜ୍ୟପାଳ ହରି ବାବୁ କମ୍ଭମପତି ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଆଧାରରେ ନାମ ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି।

 

Leave A Reply

Your email address will not be published.