Latest Odisha News

୪୪ ଛୁଇଁଲା ଦିନର ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି । ଦିନ ସାଢ଼େ ୨ଟା ସୁଦ୍ଧା ପାରଦ ୪୪ ଛୁଇଁଲା । ୪୪ ଡିଗ୍ରୀ ସହ ଝାରସୁଗୁଡ଼ା ପାଲଟିଛି ସବୁଠୁ ଉତ୍ତପ୍ତ ସହର  । ସେହି କ୍ରମରେ କେନ୍ଦୁଝରରେ ତାତି ୪୩ ଡିଗ୍ରୀ ଥିବା ବେଳେ , ସମ୍ବଲପୁର ୪୨.୭ ଡିଗ୍ରୀ, ରାଉରକେଲା ୪୨.୨ ଡିଗ୍ରୀ, ହୀରାକୁଦ ୪୧.୮ ଡିଗ୍ରୀ, ଚାନ୍ଦବାଲି ୪୦.୨ ଡିଗ୍ରୀ, ଭୁବନେଶ୍ୱର ୩୯.୯ ଡିଗ୍ରୀ ରହିଛି ।

BjdElectrycity

ତେବେ ସେପଟେ କମିବ ଦିନର ତାତି । ଗ୍ରୀଷ୍ମ ପ୍ରବାହରୁ ଆଶ୍ବସ୍ତି ମିଳିବ । ଆଗାମୀ ଦୁଇ ଦିନରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖି ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଯାହାର ପ୍ରଭାବରେ ୩ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି ।

Leave A Reply

Your email address will not be published.