Latest Odisha News

BREAKING NEWS

୨୧ ଶହ କୋଟିର ସିଗାରେଟ୍ ପିଇଦେଲେ ଓଡ଼ିଶାବାସୀ, ବିଧାନସଭାରେ ଏଭଳି ତଥ୍ୟ ରଖିଲେ…

ଭୁବନେଶ୍ୱର: ରାଜ୍ୟରେ ଧୂମ୍ରପାନର ଚାହିଦା କେତେ ଅଧିକ, ତାହାର ଏକ ବଡ଼ ଚିତ୍ର ସାମ୍ନାକୁ ଆଣିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାରେ ସିଗାରେଟ୍ ବିକ୍ରିର ମୋଟ କରଯୋଗ୍ୟ ମୂଲ୍ୟ ୨,୧୦୩.୯୬ କୋଟି ଟଙ୍କା ରହିଛି। ଏଥିରୁ ରାଜ୍ୟ ସାମଗ୍ରୀ ଓ ସେବା କର (SGST) ବାବଦକୁ ୩୧୯.୫୪ କୋଟି ଟଙ୍କା ସଂଗ୍ରହ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି।

ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ଉକ୍ତ ଆର୍ଥିକ ବର୍ଷରେ ହୋଇଥିବା ସିଗାରେଟ୍ ବିକ୍ରି ଏବଂ ସେଥିରୁ ମିଳିଥିବା ରାଜସ୍ୱ ସମ୍ପର୍କରେ ବିବରଣୀ ପ୍ରଦାନ କରିଛନ୍ତି।

ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷରେ ସିଗାରେଟ୍ ବିକ୍ରିର ମୋଟ କରଯୋଗ୍ୟ ମୂଲ୍ୟ ୨,୧୦୩,୯୬,୮୬,୬୮୬ ଟଙ୍କା ରହିଥିବା ବେଳେ, SGST ରାଜସ୍ୱ ସଂଗ୍ରହ ପରିମାଣ ୩,୧୯,୫୪,୧୩,୦୪୨ ଟଙ୍କା ରହିଛି।ଏହି ବାର୍ଷିକ ବିକ୍ରିକୁ ଯଦି ମାସିକ ଓ ଦୈନିକ ହିସାବରେ ଦେଖିବା, ତେବେ ଚିତ୍ର ଆହୁରି ଆଶ୍ଚର୍ଯ୍ୟଜନକ। କହିବାକୁ ଗଲେ ଦିନକୁ ହାରାହାରି ପ୍ରାୟ ୫ କୋଟି ୭୬ ଲକ୍ଷ ଟଙ୍କାର ସିଗାରେଟ୍ କାରବାର ହେଉଛି।

ସବୁଠୁ ବଡ଼ କଥା ହେଉଛି, ଫେବୃଆରୀ ୨୦୨୬ରୁ ସିଗାରେଟ୍ ଉପରେ GST ୨୮ ପ୍ରତିଶତରୁ ବଢ଼ି ୪୦ ପ୍ରତିଶତ ହୋଇଥିଲା।

Leave A Reply

Your email address will not be published.