Latest Odisha News

BREAKING NEWS

ପ୍ରାଣଘାତୀ କରୋନା ଆଜି ରାଜ୍ୟରୁ ନେଲା ୧୧ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଆଜି ସଂଖ୍ୟା ରେକର୍ଡ ୧୦ ହଜାର ପାର କରିଛି । ତାସହ ବଢୁଛି ମୃତ୍ୟୁସଂଖ୍ୟା । ଯଦିଓ ଗତକାଲି ଅପେକ୍ଷା ଆଜି ରାଜ୍ୟରେ ମୃତ୍ୟୁସଂଖ୍ୟା କମିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ୧୧ ଆକ୍ରାନ୍ତଙ୍କ ଜୀବନ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୪ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ଼ରୁ ଆଉ ୨ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ବୌଦ୍ଧ, କଳାହାଣ୍ଡି, କୋରାପୁଟ, ପୁରୀ ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୫୪କୁ ବୃଦ୍ଧି ।

Leave A Reply

Your email address will not be published.