Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୧୧ହଜାର ୯୯ କରୋନା ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦

ଭୁବନେଶ୍ୱର: ରାଜ୍ୟରେ ଏବେ ସମାନ୍ତରାଳ ସ୍ଥିତିରେ ରହୁଛି କରୋନା ସଂକ୍ରମଣ । ୧୦ ହଜାର ଉପରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୯୯ ନୂଆ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୬ହଜାର ୨୧୪ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୮୮୫ । ଖୋର୍ଦ୍ଧାରୁ ସର୍ବାଧିକ ୧୪ଶହ ୬୦ ପଜିଟିଭ୍ ବାହାରିଛନ୍ତି । ସୁନ୍ଦରଗଡ଼ରୁ ୯୮୩, କଟକରୁ ୮୬୭, ଅନୁଗୋଳରୁ ୫୫୨, ସମ୍ୱଲପୁରରୁ ୫୪୭ ଚିହ୍ନଟ ହୋଇଛନ୍ତି ୫୦୭ ନୂଆ ଆକ୍ରାନ୍ତ ।

ପଶ୍ଚିମବଙ୍ଗ ସୀମାନ୍ତ ଜିଲ୍ଲାରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ମୟୂରଭଞ୍ଜରୁ ୫୦୭, ଭଦ୍ରକରୁ ୪୩୧, ବାଲେଶ୍ୱରରୁ ୪୦୮, ଯାଜପୁରରୁ ୩୭୮ ପଜିଟିଭ୍ ବାହାରିଛନ୍ତି । ସେହିପରି ପୁରୀରୁ ୩୫୬, ନବରଙ୍ଗପୁରରେ ୩୫୧, ବରଗଡ଼ ୩୩୯, ଝାରସୁଗୁଡ଼ାରୁ ୩୦୭, ଜଗତସିଂହପୁର ଜିଲ୍ଲାରୁ ଆଉ ୩୦୨ ସଂକ୍ରମିତ ହୋଇଛନ୍ତି ।

ଗଜପତିରୁ ସବୁଠୁ କମ୍ ୮୨ ଓ କନ୍ଧମାଳରୁ ୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ଉପରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୬ଲକ୍ଷ ୪୪ହଜାର ୪୦୧କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୫ଲକ୍ଷ ୩୬ହଜାର ୫୯୫ ଆକ୍ରାନ୍ତ । ଏବେ ରାଜ୍ୟରେ ୧ଲକ୍ଷ ୫ହଜାର ୩୭୫ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.