Latest Odisha News

BREAKING NEWS

ଅବସର ନେଲେ ବୋଲ୍ଟଙ୍କୁ ହରାଇଥିବା ଆମେରିକାର କିମ୍ବଦନ୍ତୀ ଆଥଲେଟ ଗାଟଲିନ

ଲସ ଆଞ୍ଜେଲସ: ବିଶ୍ୱର ମହାନ ଆଥଲେଟ ଶ୍ରେଣୀରେ ପରିଗଣିତ ଆମେରିକାର ଜଷ୍ଟିନ ଗାଟଲିନ ଆଥଲେଟିକ୍ସରୁ ଅବସର ଘୋଷଣା କରିଛନ୍ତି । ୨୦୧୭ ବିଶ୍ୱ ଚାମ୍ପିୟନଶିପରେ ଜାମାଇକାର ଉସେନ ବୋଲ୍ଟଙ୍କୁ ହରାଇ ଗାଟଲିନ ଚର୍ଚ୍ଚିତ ହୋଇ ଉଠିଥିଲେ । ଡୋପିଂ ବିବାଦ ଯୋଗୁ ଗାଟଲିନଙ୍କ କ୍ୟାରିୟର ବାଧାପ୍ରାପ୍ତ ହୋଇଥିଲା ।

୨୦୦୪ ଅଲିମ୍ପିକ୍ସରେ ସେ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୦୦୧ ଓ ୨୦୦୬ ଡୋପ ଟେଷ୍ଟରେ ଏହି ୪୦ ବର୍ଷୀୟ ଆଥଲେଟ ବିଫଳ ହୋଇଥିଲେ । ସେ ଇନଷ୍ଟାଗ୍ରାମରେ ଡିଅର ଟ୍ରାକ ଲେଖି ଅବସର ଘୋଷଣା କରିଥିଲେ । ସେ ଦୀର୍ଘ ଦିନ ଧରି ମାଂସପେଶୀ ଜନିତ ସମସ୍ୟାରେ ପଡିଥିଲେ ।

Comments are closed, but trackbacks and pingbacks are open.