Latest Odisha News

ରାଜ୍ୟରୁ ଆଜି ୬୩ କରୋନା ଆକ୍ରାନ୍ତ, ମୟୂରଭଞ୍ଜରୁ ସବୁଠୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ ୧୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ କରୋନା ଆକ୍ରାନ୍ତ । ୧୬ ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି । ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୬୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୮ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫ଟି ।

ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୧୪ ନୂଆ ଆକ୍ରାନ୍ତ ବାହାରିଛନ୍ତି । କଟକ ଜିଲ୍ଲାରେ ଆଉ ୧୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାକି ୧୨ଟି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ତଳେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୭ହଜାର ୯୯୨କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୫ହଜାର ୩୨୨ ସଂକ୍ରମିତ । ଏବେ ରାଜ୍ୟରେ ୭୦୦ଟି କରୋନା ଆକ୍ଟିଭ୍ କେସ୍ ରହିଛି । କରୋନା ମୁକ୍ତ ରହିଛି କଳାହାଣ୍ଡି ଜିଲ୍ଲା ।

Comments are closed.