Latest Odisha News

BREAKING NEWS

ଲିଙ୍ଗରାଜ ମନ୍ଦିର ଭିତରେ ଦୀପ ଜାଳିବାକୁ ଭକ୍ତଙ୍କୁ ଅନୁମତି, ଭିଡ଼ ହେଲେ କଟକଣା

ଭୁବନେଶ୍ୱର: ମହାଶିବରାତ୍ରିରେ ଲିଙ୍ଗରାଜଙ୍କ ମନ୍ଦିର ଭିତରେ ଦୀପ ଜାଳି ପାରିବେ ଭକ୍ତ । ଏଥିପାଇଁ ଅନୁମତି ଦେଇଛି ପ୍ରଶାସନ । କିନ୍ତୁ ଅଧିକ ଭିଡ଼ ହେଲେ କଟକଣା ଲାଗିବ । କୋଭିଡ୍ ଗାଇଡଲାଇନ୍ ମାନି ମନ୍ଦିର ଭିତରେ ଦୀପ ଜାଳିବା ପାଇଁ ଭକ୍ତଙ୍କୁ ଅନୁମତି ଦିଆଯାଇଛି ।

ଯଦି ଅଧିକ ଭିଡ ହେବ ଓ ସାମାଜିକ ଦୂରତା ରକ୍ଷା ନକଲେ ଅନୁମତିକୁ ବାତିଲ କରାଯିବ । ମନ୍ଦିର ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ । ଦିନ ବଢ଼ିବା ସହ ଲିଙ୍କରାଜ ମନ୍ଦିରରେ ଭକ୍ତଙ୍କ ଗହଳି ବଢ଼ିବାରେ ଲାଗିଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ ।

Image Courtesy: Social Media

ଭୋର ସାଢ଼େ ୩ଟାରୁ ସକାଳ ୧୧ଟା ଯାଏ ସାହାଣମେଲା ଦର୍ଶନ କରିଛନ୍ତି ଭକ୍ତ । ଏହାପରେ ପ୍ରଭୁ ଲିଙ୍ଗରାଜଙ୍କ ବିଭିନ୍ନ ନୀତି ଓ ବେଶ ଅନୁଷ୍ଠିତ ହୋଇଛି । ମହାଦୀପ ଦର୍ଶନ ରାତି ୧୦ଟାରେ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି । ସେହିପରି ଜାଗର ପାଇଁ ରାଜଧାନୀରେ ୩୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ଅଛନ୍ତି । ଜାରି ହୋଇଛି ଟ୍ରାଫିକ୍ କଟକଣା ।

Leave A Reply

Your email address will not be published.