Latest Odisha News

ଆଜି ରାଜ୍ୟରୁ ୧୧୩ କରୋନା ପଜିଟିଭ୍, ୪ ଜିଲ୍ଲାରେ ଦୁଇ ଅଙ୍କ ଉପରେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଦେଶରେ ବଢୁଛି କରୋନା କାୟା । ଓଡ଼ିଶାରେ ବି ବଢ଼ିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୬୭ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୪୬ଟି । ୨୧ ଜିଲ୍ଲାରୁ ନୂଆ ପଜିଟିଭ୍ ବାହାରିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରେ ଆଉ ୧୭ ଜଣ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରୁ ୧୪ ଓ ମୟୂରଭଞ୍ଜ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୧ । ବାକି ୧୭ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ତଳେ ରହିଛି ।

୯ଟି ଜିଲ୍ଲା ଭଦ୍ରକ, ଦେବଗଡ଼, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, ନୟାଗଡ଼, ନବରଙ୍ଗପୁର, ପୁରୀ ଓ ସୁବର୍ଣ୍ଣପୁର ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୯ହଜାର ୭୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୬ହଜାର ୨୦୬ ଆକ୍ରାନ୍ତ । ଏବେ ରାଜ୍ୟରେ ୮୯୮ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed.