Latest Odisha News

BREAKING NEWS

କାବୁ ପାଉଛି କରୋନା: ରାଜ୍ୟରେ ୧୩ ଶହ ତଳକୁ ଖସିଲା ଦୈନିକ ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ହାରୁଛି କରୋନା । ରାଜ୍ୟରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି ସ୍ଥିତି । କମୁଛି ଦୈନିକ କେସ୍ । ରାଜ୍ୟରେ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୨ ଶହ ୪୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୨୯ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୧୮ ।

ଖୋର୍ଦ୍ଧାରୁ ସର୍ବାଧିକ ୨୦୬ ପିଜିଟିଭ୍ ବାହାରିଛି । କଟକରୁ ୧୦୫ ଜଣ ସଂକ୍ରମିତ ହୋଇଛନ୍ତି । ସୁନ୍ଦରଗଡ଼ରୁ ୯୬, ମୟୂରଭଞ୍ଜ ୭୧, ଅନୁଗୋଳରୁ ୬୯, ବଲାଙ୍ଗିରରୁ ୬୮, ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୪ ନୂଆ ଆକ୍ରାନ୍ତ । ବାକି ସମସ୍ତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୦ରୁ କମ୍ ରହିଛି ।

ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ୯୪୨କୁ ବୃଦ୍ଧି ପାଇଛି । ସୁସ୍ଥ ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି । କରୋନାରୁ ଆରୋଗ୍ୟ ଲାଭ କଲେଣି ୨ ଲକ୍ଷ ୬୬ ହଜାର ୧୦୫ ଆକ୍ରାନ୍ତ । ରାଜ୍ୟରେ ସୁସ୍ଥ ହାର ରହିଛି ୯୩.୭୧% ।

Leave A Reply

Your email address will not be published.