Latest Odisha News

BREAKING NEWS

ରାଜ୍ୟରୁ କରୋନା ନେଲା ଆଉ ୧୪ ଜୀବନ, ରାୟଗଡ଼ାରୁ ସର୍ବାଧିକ ୪ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି । କିନ୍ତୁ ବଢ଼ିଛି ମୃତ୍ୟୁସଂଖ୍ୟା । ଆଜି ରାଜ୍ୟରୁ କରୋନା ନେଇଛି ୧୪ ଜୀବନ । ରାୟଗଡ଼ା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । କେନ୍ଦୁଝରରୁ ୨ ଜଣ ସଂକ୍ରମିତଙ୍କ ଜୀବନ ନେଇଛ ପ୍ରଣାଘାତୀ କରୋନା ।

ସେହିପରି ଭଦ୍ରକ, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ହଜାର ୬୮କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.