Latest Odisha News

BREAKING NEWS

ଆଜି ୨୯ ଜିଲ୍ଲାରୁ ୧୬୩୭ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୨.୧୯%

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ତଥାପି ୧୫ଶହ ତଳକୁ ଆସିନି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ଶହ ୩୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୪୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୮୮ଟି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୦, କଟକ ଜିଲ୍ଲାରୁ ୨୫୦ ଓ ଅନୁଗୋଳରୁ ଆଉ ଶହେ ସଂକ୍ରମିତ ହୋଇଛନ୍ତି ।

ଗଜପତି ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ବାହାରି ନାହାନ୍ତି । ବାକି ୨୬ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରେ ୭୪ହଜାର ୫୫୩ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୨.୧୯ % ।

ଆଉ ୬୨ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ନେଲାଣି ମୋଟ୍ ୫ହଜାର ୫୭୪ ଜୀବନ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୬୯ହଜାର ୧୮୫ । ସୁସ୍ଥ ହେଲେଣି ୯ଲକ୍ଷ ୪୫ହଜାର ୧୭୭ । ଏବେ ରାଜ୍ୟରେ ୧୮ହଜାର ୩୮୧ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.