Latest Odisha News

BREAKING NEWS

ରାଜ୍ୟରେ ଶୀତର ଲହରୀ ଜାରି, ଆସନ୍ତା ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଆଜି ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ସୋନପୁର , ବୌଦ୍ଧ, ନୟାଗଡ଼, କନ୍ଧମାଳ, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ରହିବ ବୋଲି ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ଉଷ୍ମ ଜଳବାୟୁ ପ୍ରବେଶ ଫଳରେ ଏହି ସବୁ ଅଞ୍ଚଳରେ କୁହୁଡ଼ି ସମ୍ଭାବନା ରହିଛି । ଆଗାମୀ ୩ ଦିନରେ ରାତି ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ବୃଦ୍ଧି ପାଇପାରେ । ୯ତାରିଖ ଯାଏଁ କୁହୁଡ଼ି ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ମାଲକାନଗିରିରେ ଶୀତର ପ୍ରକୋପ ମଧ୍ୟ ଅଧିକ ରହିଛି । କୁହୁଡ଼ିର ପ୍ରଭାବ କିଛିକାଂଶରେ କମ୍ ରହିଛି । ଶୀତରେ ଅନେକ ଲୋକ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳୁଥିବାବେଳେ ଅଧିକାଂଶ ଲୋକେ ଶୀତର ମଜା ନେଉଛନ୍ତି । ରାଜ୍ୟରେ ଆଗକୁ ଶୀତ କମିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଭୁବନେଶ୍ୱର ସହିତ ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ରାତି ତାପମାତ୍ରା ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି ।

Leave A Reply

Your email address will not be published.