Latest Odisha News

BREAKING NEWS

ଖୋର୍ଦ୍ଧା ଓ କଟକରେ ପୁଣି ବଢ଼ିଲା: ଦିନକରେ ରାଜ୍ୟରୁ ୩୪୪୩ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୪୮ ଘଣ୍ଟା ପରେ ପୁଣି ଥରେ ବଢ଼ିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ ହଜାର ୪୪୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨ହଜାର ୧୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ ଶହ ୨୬ । ୨୮ ତାରିଖରେ ୩୦୬୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭ ତାରିଖରେ ସଂକ୍ରମିତ ହୋଇଥିଲେ ୩ ହଜାର ୨୩୫ ।

ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପୁଣି ଥରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୬୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ ସଂକ୍ରମିତ ହୋଇଛନ୍ତି ଆଉ ୩୫୯ ଜଣ । ବାଲେଶ୍ୱରରେ ୧୫୨, ମୟୂରଭଞ୍ଜରେ ୧୪୧, ପୁରୀରେ ୧୩୨ ନୂଆ ଆକ୍ରାନ୍ତ ବାହାରିଛନ୍ତି ।

ପଶ୍ଚିମ ଓଡ଼ିଶାରେ ସମ୍ୱଲପୁର, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ବଢୁଛି ପଜିଟିଭ୍ କେସ୍ । ୨୪ ଘଣ୍ଟାରେ ସମ୍ୱଲପୁରରୁ ଚିହ୍ନଟ ହୋଇଛନ୍ତି ୧୩୧ ଆକ୍ରାନ୍ତ । ବଲାଙ୍ଗିରରୁ ୧୧୪ ଓ ବରଗଡ଼ରୁ ୧୧୧ ପଜିଟିଭ୍ କେସ୍ ସାମନାକୁ ଆସିଛି ।

ରାଜ୍ୟର କରୋନା ସଂକ୍ରମିତ ତାଲିକାରେ କନ୍ଧମାଳରୁ ୧୦୩, କେନ୍ଦ୍ରାପଡ଼ାରୁ ୧୦୧, ଅନୁଗୋଳରୁ ଶହେ ଜଣ ଆକ୍ରାନ୍ତ ନାଁ ଯୋଡ଼ିଛି । ବାକି ୧୯ ଜିଲ୍ଲାରୁ ଶହେରୁ କମ୍ ପଜିଟିଭ୍ କେସ୍ ବାହାରିଛି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୯ ହଜାର ୧୧୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧ ଲକ୍ଷ ୮୧ ହଜାର ୪୮୧ ଆକ୍ରାନ୍ତ । ରାଜ୍ୟରେ ଏବେ ୩୬ ହଜାର ୭୪୩ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.