Latest Odisha News

BREAKING NEWS

୫ ଜିଲ୍ଲାରୁ ଆଜି କରୋନା ଗାଏବ, ୨୪ ଘଣ୍ଟାରେ ରାଜ୍ୟରୁ ୩୬୪ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୫ଟି ଜିଲ୍ଲାରୁ କରୋନା ଗାଏବ ହୋଇଛି । ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଦେବଗଡ଼ ଓ ମାଲକାନଗିରି ଜିଲ୍ଲାରୁ କେହି ଜଣେ ବି ନୂଆ ସଂକ୍ରମିତ ହୋଇ ନାହାନ୍ତି । ବାକି ୨୫ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୧୦ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୪ଟି ।

ସୁନ୍ଦରଗଡ଼ ଜିଲ୍ଲାରେ ବଢିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ୬୪ଜଣ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୪୨, ମୟୂରଭଞ୍ଜରୁ ୨୬, ଅନୁଗୁଳ ଜିଲ୍ଲାରୁ ୨୫, ବଲାଙ୍ଗିରରୁ ୨୨ ଓ କଟକ ଜିଲ୍ଲା ନୂଆ ପଜିଟିଭ୍ ତାଲିକାରେ ଯୋଡ଼ିଛି ଆଉ ୨୧ ଆକ୍ରାନ୍ତଙ୍କ ନାଁ ।

ବାକି ୧୯ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୨୭ହଜାର ୨୭୯କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୨୨ହଜାର ୩୪୪ ଆକ୍ରାନ୍ତ । ଏବେ ରାଜ୍ୟରେ ୩ହଜାର ୩୬ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.