Latest Odisha News

BREAKING NEWS

୧୮ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କଲେ ଏସବୁ ରାଜ୍ୟ

ନୂଆଦିଲ୍ଲୀ: ଆସନ୍ତା ୧ ତାରିଖରେ ଦେଶବ୍ୟାପୀ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଦିଆଯିବ ଟିକା । କରୋନା ସଂକ୍ରମଣ ଭିତରେ ଟିକାକରଣ ଅଭିଯାନକୁ ଜୋରଦାର କରିବା ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହାପରେ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ଓ ଆସାମ ସରକାର ।

ଟିକା ନିର୍ମାତା ଭାରତ ବାୟୋଟେକକୁ ୧ କୋଟି ଡୋଜ୍ ଟିକା ଯୋଗାଇବାକୁ ଅର୍ଡର ଦେଇଛନ୍ତି ଆସାମ ସରକାର । ସେହିପରି ରାଜ୍ୟବାସୀଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର । ଏସମ୍ପର୍କିତ ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ ।
୧୮ବର୍ଷରୁ ଅଧିକ ସମସ୍ତଙ୍କୁ ମେ ୧ରୁ ଟିକାକରଣ ନେଇ ଦୁଇ ଦିନ ତଳେ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଟିକା ନିର୍ମାତା କମ୍ପାନୀ କେନ୍ଦ୍ର ସରକାରଙ୍କୁ ୫୦ ପ୍ରତିଶତ ଟିକା ଯୋଗାଇବେ । ବାକି ୫୦ ପ୍ରତିଶତ ଟିକାକୁ ବିଭିନ୍ନ ରାଜ୍ୟ ସରକାର କିମ୍ବା ଖୋଲା ବଜାରରେ ବିକ୍ରି କରିପାରିବେ ।

Leave A Reply

Your email address will not be published.