ଭୁବନେଶ୍ୱର: ରାଜ୍ୟରେ କରୋନା କେସ୍ ୧୫ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୯୪ ନୂଆ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୩୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୭୨ଟି ।
ଗଞ୍ଜାମ ଜିଲ୍ଲାରୁ ପୁଣି ସର୍ବାଧିକ ୨୪୬ ଭୂତାଣୁ ସଂକ୍ରମିତ ବାହାରିଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୬୪, କଟକ ୩୮, ବାଲେଶ୍ୱର ୨୧, ନୟାଗଡ଼ ୧୬, ଯାଜପୁର ୧୫, ମୟୂରଭଞ୍ଜ ୧୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୧ କରୋନା ଆକ୍ରାନ୍ତ ।
Covid-19 Report For 15th July
New Positive Cases: 494
In Quarantine: 322
Local Contacts: 172(Details of local contacts will be shared by concerned District Administration)
Dist Wise Cases
1. Angul: 1
2. Balasore: 21
3. Bhadrak: 7
4. Bolangir: 3
5. Boudh: 2
6. Cuttack: 38— I & PR Department, Odisha (@IPR_Odisha) July 16, 2020
ସୁନ୍ଦରଗଡ଼ ଓ କେନ୍ଦୁଝରରୁ ବାହାରିଛନ୍ତି ୧୦ ଜଣ ଲେଖାଏଁ ନୂଆ ଆକ୍ରାନ୍ତ । ନୂଆପଡ଼ା ୦୯, ଭଦ୍ରକ ଓ ପୁରୀ ଜିଲ୍ଲାରୁ ୭ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମ୍ୱଲପୁର, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଜିଲ୍ଲାରୁ ଅଛନ୍ତି ୪ ଜଣ ଲେଖାଏଁ ଭୂତାଣୁ ସଂକ୍ରମିତ ।
ବଲାଙ୍ଗିରରୁ ୩, କଳାହାଣ୍ଡି ଓ ବୌଦ୍ଧାରୁ ୨ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଏବଂ ରାୟଗଡ଼ା, ଜଗତସିଂହପୁର ଓ ଅନୁଗୋଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୩୯୨କୁ ବୃଦ୍ଧି ପାଇଛି ।
Comments are closed.