Latest Odisha News

BREAKING NEWS

ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନ ଆଉ ଦୁଇଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୭୯ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଏହି ଦୁଇ ମୃତକମାନେ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ତନ୍ମଧ୍ୟରୁ ଜଣେ ୩୪ ବର୍ଷୀୟ ପୁରୁଷ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ଉଚ୍ଚ ରକ୍ତଚାପରେ ପିଡିତ ମଧ୍ୟ ପିଡିତ ଥିଲେ।

ସେହିପରି ଜିଲ୍ଲାର ଅନ୍ୟଜଣେ ୫୧ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିବା ବେଳେ ସେ ମୋରବିଡ୍ ଓବେସିଟି ରୋଗରେ ପିଡିତ ଥିଲେ।

ଉଲ୍ଲେଖଯୋଗ୍ୟ, କରୋନା ହଟସ୍ପଟ୍ ବୋଲାଉଥିବା ଗଞ୍ଜାମରେ ପୂର୍ବରୁ ୪୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ୮, ବରଗଡରେ ୧, ଅନୁଗୁଳରେ ୧, ଭଦ୍ରକରେ ୧, ଗଜପତିରେ ୧ ଯାଜପୁରରେ ୧, କେନ୍ଦ୍ରାପଡାରେ ୧, ରାୟଗଡାରେ ୧, ସୁନ୍ଦରଗଡରେ ୧ ଓ ପୁରୀରେ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.