Latest Odisha News

BREAKING NEWS

ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ଦିଆଗଲା ପ୍ରଥମ ପ୍ଲାଜମା ଥେରାପୀ

କଟକ: ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପୀ ସେବା । ଶୁଭାରମ୍ଭର ଦିନେ ପରେ କରୋନା ଆକ୍ରାନ୍ତଙ୍କୁ ଦିଆଗଲା ପ୍ରଥମ ପ୍ଲାଜମା ଥେରାପୀ । କଟକ ସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ୪୮ ବର୍ଷୀୟ ଆକ୍ରାନ୍ତଙ୍କୁ ଥେରାପୀ ଦିଆଯାଇଛି । ତାଙ୍କୁ B ପଜିଟିଭ୍ ପ୍ଲାଜମା ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ।

୪୮ ବର୍ଷୀୟ ଗୁରୁତର କରୋନା ଆକ୍ରାନ୍ତଙ୍କ ବର୍ତ୍ତମାନ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ଚାରି ଜଣଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯାଇଥିଲା । ସେମାନଙ୍କଠାରୁ ସଂଗୃହୀତ ହୋଇଥିଲା ଆଠ ୟୁନିଟ୍ ପ୍ଲାଜମା ।

ସଂପୃକ୍ତ ଚାରି ପ୍ଲାଜମା ଡୋନର କରୋନାରେ ସଂକ୍ରମିତ ହୋଇଥିଲେ । ସୁସ୍ଥ ହେବା ପରେ ନିଜ ପ୍ଲାଜମା ଦାନ କରିଛନ୍ତି । ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । ଗତକାଲି ମୁଖ୍ୟମନ୍ତ୍ରୀ ପ୍ଲାଜମା ଥେରାପୀ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଆଜି ପ୍ରଥମ ଥେରାପୀ ଦିଆଯାଇଛି ।

Leave A Reply

Your email address will not be published.