Latest Odisha News

ଖସୁଛି କରୋନା ଗ୍ରାଫ: ଆଜି ରାଜ୍ୟରୁ ୫୦୫୭ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ଦୈନିକ କରୋନା କେସ୍ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୫ ହଜାର ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୫ହଜାର ୫୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୯୩୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୧୨୫ । ୧୮ ବର୍ଷ ଭିତରେ ଆଉ ୬୬୭ ଜଣ ସଂକ୍ରମିତ ହୋଇଛନ୍ତି ।

୧୫ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ବିଭିନ୍ନ ଜିଲ୍ଲାରେ କମୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧାରୁ ସର୍ବାଧିକ ୧୧୧୧, କଟକରୁ ୪୯୫, ସୁନ୍ଦରଗଡ଼ରୁ ୪୨୯, ନୟାଗଡ଼ରୁ ଚିହ୍ନଟ ହୋଇଛନ୍ତି ୨୧୭ ନୂଆ ଆକ୍ରାନ୍ତ । ବାକି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଭିତରେ ରହିଛି ।

୨୪ ଘଣ୍ଟାରେ ୬୧ହଜାର ୬୩୫ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୮.୨୦ ପ୍ରତିଶତ । ଗତକାଲି ସଂକ୍ରମଣ ହାର ରହିଥିଲା ୯.୩୩ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୩୬ହଜାର ୨୨୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୧ଲକ୍ଷ ୬୩ହଜାର ୩୯୬ ସଂକ୍ରମିତ । ଏବେ ରାଜ୍ୟରେ ୬୪ହଜାର ୨୧୭ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.