Latest Odisha News

BREAKING NEWS

ଫେରିଲା ଜାଡ଼: ୪୮ ଘଣ୍ଟାରେ ୩-୪ ଡିଗ୍ରୀ ଖସିବ ରାତିର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା ଶୀତ । ଆଜିଠାରୁ ୩୦ ତାରିଖ ଯାଏ ରାଜ୍ୟରେ ଜାରି ରହିବ ଶୀତ ଲହରି । ଏନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଆଜିଠୁ ଆହୁରି ଖସିବ ରାତିର ତାପମାତ୍ରା । ରାଜ୍ୟକୁ ପ୍ରବେଶ କରୁଛି ଉତ୍ତରା-ପଶ୍ଚିମା ଥଣ୍ଡା-ଶୁଷ୍କ ବାୟୁ । ଏହାର ପ୍ରଭାବରେ ୪୮ ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩-୪ ଡିଗ୍ରୀ ଯାଏ ହ୍ରାସ ପାଇବ ।

ଆଜି ଦାରିଙ୍ଗିବାଡ଼ିରେ ସର୍ବନିର୍ମ ତାପମାତ୍ରା ୬.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଆଜିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ୩୦ ଯାଏଁ ରହିବ । ପାହାଡିଆ ଅଞ୍ଚଳ ସହ ଅନେକ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଭାବ ରହିବ । ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରୁ କମ୍ ରେକର୍ଡ ହେବା ସମ୍ଭାବନା ରହିଛି ।

ଶୀତ ଲହରି ପାଇଁ ଆଜି ୬ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୁବର୍ଣ୍ଣପୁର, ବଲାଙ୍ଗିର ଓ ବରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୯ ଓ ୩୦ ତାରିଖ ପାଇଁ ୧୦ଟି ଲେଖାଏ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

Comments are closed, but trackbacks and pingbacks are open.