Latest Odisha News

BREAKING NEWS

ରାଜ୍ୟରେ କମୁଛି କରୋନା କାୟା: ୨୪ ଘଣ୍ଟାରେ ୫୧୮ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ୪୦ ହଜାର ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ଦୈନିକ ୬୦୦-୭୦୦ ନୂଆ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ କରୋନା ସଂକ୍ରମିତ ହୋଇଛନ୍ତି ୫୧୮ ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୯୭ ଜଣ ଅଛନ୍ତି । ଲୋକାଲ କଣ୍ଟାକ୍ଟ କେସ୍ ବା ସ୍ଥାନୀୟ ସଂକ୍ରମଣ ରହିଛି ୨୨୧ଟି ।

୨୭ ଜିଲ୍ଲାରୁ ନୂଆ ଆକ୍ରାନ୍ତ
୨୭ଟି ଜିଲ୍ଲାରୁ ବାହାରିଛନ୍ତି କୋଭିଡ୍ ପଜିଟିଭି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ସବୁ ଜିଲ୍ଲାରୁ ଏହି ସଂଖ୍ୟା ୫୦ରୁ କମ୍ ରହିଛି । ମୟୂରଭଞ୍ଜରୁ ୪୯, କଟକରୁ ୪୫, ଖୋର୍ଦ୍ଧାରୁ ୪୦, ବଲାଙ୍ଗିରରୁ ୩୭ ଓ ଅନୁଗୁଳ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬ ନୂଆ ଆକ୍ରାନ୍ତ ।

ନୟାଗଡ଼, ବୌଦ୍ଧ ଓ ଗଜପତି ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୩୦୭କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ସୁସ୍ଥ ହେଲେଣି ୩ ଲକ୍ଷ ୧୦ ହଜାର ୫୪୯ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ୫ ହଜାର ୯୭୧ ରହିଛି ।

Leave A Reply

Your email address will not be published.