Latest Odisha News

ରାଜ୍ୟରୁ କରୋନା ନେଲା ଆଉ ୫୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସହ କରୋନା ମୃତ୍ୟୁ ସଂଖ୍ୟା ବି କମିଛି । ଆଉ ୫୮ ଜଣଙ୍କର ଜୀବନ ଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୬ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣ ମୃତ୍ୟୁବରଣ କରିଛନ୍ତି । ବରଗଡ଼ ଜିଲ୍ଲାରୁ ୭ ଓ ଗଞ୍ଜାମ ଜିଲ୍ଲାରୁ କରୋନା ଆଉ ୫ ଜୀବନ ନେଇଛି ।

ବଲାଙ୍ଗିର ଜିଲ୍ଲାରେ ୪ ଜଣ ପ୍ରାଣ ହରାଇଛନ୍ତି । ସେହିପରି ବାଲେଶ୍ୱର, କଟକ, ପୁରୀ ଓ ସମ୍ୱଲପୁର ଜିଲ୍ଲାରୁ ଆଉ ୩ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଅନୁଗୋଳ, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଆଉ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ବୌଦ୍ଧ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲାରୁ କରୋନା ନେଇଛି ଜଣେ ଲେଖାଏ ସଂକ୍ରମିତଙ୍କ ଜୀବନ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୫ହଜାର ୧୧୬କୁ ବୃଦ୍ଧି ପାଇଛି ।

Comments are closed.