Latest Odisha News

BREAKING NEWS

ମୃତ୍ୟୁସଂଖ୍ୟା କମୁନି: ଓଡ଼ିଶାରୁ ଆଉ ୬୭ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ଥମୁନି । ଆଉ ୬୭ ଜଣଙ୍କର ଜୀବନ ନେଇଛି କରୋନା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଚିକିତ୍ସାଧୀନ ଅବସ୍ଥାରେ ୧୫ ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫ ଜଣଙ୍କର ମୃତ୍ୟୁ ହୋଇଛି ।

ଗଞ୍ଜାମ ଜିଲ୍ଲାରୁ ୮, ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୭ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରୁ ଆଉ ୬ ଜଣ ଲେଖାଏ କରୋନାରେ ପ୍ରାଣ ହରାଇଛନ୍ତି । ବରଗଡ଼ ଜିଲ୍ଲାରୁ କରୋନା ନେଇଛି ଆଉ ୪ ଜୀବନ ।

ନୟାଗଡ଼ ଜିଲ୍ଲାରେ ୩ ଜଣ ପ୍ରାଣ ହରାଇଛନ୍ତି । ଅନୁଗୋଳ, ଭଦ୍ରକ, ବୌଦ୍ଧ, ଗଜପତି, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪ହଜାର ୯୯୨କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.