Latest Odisha News

BREAKING NEWS

ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିର: ଆଜି ୨୧୮୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ସ୍ଥିର ରହିଛି । ପ୍ରତିଦିନ ପାଖାପାଖି ୨ହଜାର ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । କେବେ ସାମାନ୍ୟ କମୁଛି ତ କେବେ ବଢୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୧୮୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୨ଶହ ୫୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୯୨୪ ।

ଖୋର୍ଦ୍ଧା ଜିଲ୍ଲାରେ ପୁଣି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଛି । ୨୪ ଗଣ୍ଟାରେ ଆଉ ୫୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୩୦୮, ଯାଜପୁରରୁ ୧୭୫, ବାଲେଶ୍ୱରରୁ ୧୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ୨୬ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଏଥିରୁ ୭ ଜିଲ୍ଲାରେ ୧୦ ଭିତରେ ରହିଛି ସଂକ୍ରମିତଙ୍କ ସଂଖ୍ୟା ।

୨୪ ଘଣ୍ଟାରେ ରାଜ୍ୟରେ ୭୩ହଜାର ୨୭ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୨.୯୮ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୫୨ହଜାର ୧୧୧କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୨୫ହଜାର ୫୨୬ ଆକ୍ରାନ୍ତ । ଏବେ ୨୧ହଜାର ୫୪୦ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.