ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମଣ । ଏଣିକି ହଜାରେ ଭିତରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୬୧ ସଂକ୍ରମିତ । ଏମାନଙ୍କ ଭିତରେ ୦-୧୮ ବର୍ଷ ଭିତରେ ୧୦୧ ଜଣ ଅଛନ୍ତି । ମୋଟ୍ ସଂକ୍ରମିତଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୪୪୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୧୮ଟି ।
Covid-19 Report For 22nd August
New Positive Cases: 761
Of which 0-18 years: 101
In quarantine: 443
Local contacts: 318(Details of local contacts will be shared by concerned Dist Administration)
District Wise Cases:
1. Angul: 16
2. Balasore: 52
3. Bargarh: 18— I & PR Department, Odisha (@IPR_Odisha) August 23, 2021
ଆଜି ୨୭ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୯, କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୧୭ ନୂଆ ଆକ୍ରାନ୍ତ । ବାଲେଶ୍ୱରରୁ ଚିହ୍ନଟ ହୋଇଛନ୍ତି ଆଉ ୫୨ ପଜିଟିଭ୍ । ବାକି ୨୪ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଭିତରେ ରହିଛି । କୋରାପୁଟ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି ।
21. Nawarangpur: 1
22. Nayagarh: 12
23. Puri: 13
24. Rayagada: 5
25. Sambalpur: 20
26. Sonepur: 1
27. Sundargarh: 10
28. State Pool: 64New recoveries: 1078
Cumulative tested: 17544497
Positive: 1001698
Recovered: 985302
Active cases: 8917— I & PR Department, Odisha (@IPR_Odisha) August 23, 2021
୨୪ ଘଣ୍ଟାରେ ରାଜ୍ୟରେ ୬୦ହଜାର ୭୯୧ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୨୫ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୧ହଜାର ୬୯୮କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୮୫ହଜାର ୩୦୨ ଆକ୍ରାନ୍ତ । ଏବେ ରାଜ୍ୟରେ ୮ହଜାର ୯୧୭ ଆକ୍ଟିଭ୍ କେସ୍ ରହିଛି ।
Comments are closed.