ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା କମିବାର ନାଁ ନେଉନି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୮ ହଜାର ୨୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧ଟି ମାମଲା ଚିହ୍ନଟ ହୋଇଛି । ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ୧୨ ଜିଲ୍ଲାରେ ଦୈନିକ ସଂକ୍ରମଣ ମାମଲା ୩ ଶହ ଉପରେ ରହିଛି ରହିଛି । ୪ ହଜାର ୬୮୪ଟି ମାମଲା କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୫୩୨ଟି ମାମଲା ସ୍ଥାନୀୟ ସଂକ୍ରମଣ ।
Covid-19 Report For 3rd May
New Positive Cases: 8216
In quarantine: 4684
Local contacts: 3532(Details of local contacts will be shared by concerned Dist Administration)
District Wise Cases:
1. Angul: 394
2. Balasore: 302
3. Bargarh: 375
4. Bhadrak: 63
5. Balangir: 305— I & PR Department, Odisha (@IPR_Odisha) May 4, 2021
ଅନୁଗୁଳରୁ ୩୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୦୨, ବରଗଡ଼ରୁ ୩୭୫, ଭଦ୍ରକରୁ ୬୩, ବଲାଙ୍ଗିରରୁ ୩୦୫, ବୌଦ୍ଧରୁ ୮, କଟକରୁ ୪୪୭, ଦେବଗଡ଼ରୁ ୯୮, ଢେଙ୍କାନାଳରୁ ୪୭, ଗଜପତିରୁ ୧୨୧, ଗଞ୍ଜାମରୁ ୬୯, ଜଗତସିଂହପୁରରୁ ୧୦୬, ଯାଜପୁରରୁ ୩୪୭, ଝାରସୁଗୁଡ଼ାରୁ ୩୧୬, କଳାହାଣ୍ଡିରୁ ୨୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
21. Malkangiri: 32
22. Mayurbhanj: 190
23. Nawarangpur: 319
24. Nayagarh: 250
25. Nuapada: 261
26. Puri: 402
27. Rayagada: 232
28. Sambalpur: 385
29. Sonepur: 248
30. Sundargarh: 636
31. State Pool: 238— I & PR Department, Odisha (@IPR_Odisha) May 4, 2021
ସେହିଭଳି କନ୍ଧମାଳରୁ ୭୭, କେନ୍ଦ୍ରାପଡ଼ାରୁ ୮୭, କେନ୍ଦୁଝରରୁ ୧୨୯, ଖୋର୍ଦ୍ଧାରୁ ୧୨୭୧, କୋରାପୁଟରୁ ୧୩୩, ମାଲକାନଗିରିରୁ ୩୨, ମୟୂରଭଞ୍ଜରୁ ୧୯୦, ନବରଙ୍ଗପୁରରୁ ୩୧୯, ନୟାଗଡ଼ରୁ ୨୫୦, ନୂଆପଡ଼ାରୁ ୨୬୧, ପୁରୀରୁ ୪୦୨, ରାୟଗଡ଼ାରୁ ୨୩୨, ସମ୍ବଲପୁରରୁ ୩୮୫, ସୋନପୁରରୁ ୨୪୮, ସୁନ୍ଦରଗଡ଼ରୁ ୬୩୬ ଏବଂ ଷ୍ଟେଟ ପୁଲରୁ ୨୩୮ ଜଣଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି ।
୨୪ ଘଣ୍ଟାରେ ଚିହ୍ନଟ ୮ ହଜାର ୨୧୬ଟି ମାମଲା ସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୭୯ ହଜାର ୭୫୨କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୬ ହଜାର ୪୮୮ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ମୋଟ ଆରୋଗ୍ୟ ସଂଖ୍ୟା ୪ ଲକ୍ଷ ୪ ହଜାର ୬୩ରେ ପହଞ୍ଚିଛି । ଏବେ ରାଜ୍ୟରେ ୭୩ ହଜାର ୫୪୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
Comments are closed.