Latest Odisha News

BREAKING NEWS

ଓଡ଼ିଶାରେ ଖସୁଛି କରୋନା ଟ୍ରେଣ୍ଡ: ଆଜି ୮୩୧୩ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୯୭୪ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ନିୟନ୍ତ୍ରଣକୁ ଆସୁଛି କରୋନାର ଦୈନିକ ସଂକ୍ରମଣ । ପଜିଟିଭ୍ ହାର୍ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮ହଜାର ୩୧୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪ହଜାର ୬୫୫ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ହଜାର ୬୫୮ । ଏହି ସମୟରେ ୬୧ହଜାର ୬୧୩ କୋଭିଡ୍ ଟେଷ୍ଟ ହୋଇଛି । ଆଜି ପଜିଟିଭ୍ ହାର ରହିଛି ୧୩.୪୯% ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୫୯୩, ମୟୂରଭ଼୍ଜରୁ ୫୩୨, ଅନୁଗୋଳରୁ ୫୦୫, ସୁନ୍ଦରଗଡ଼ରୁ ୪୬୫, ବାଲେଶ୍ୱରରୁ ୪୫୨ ଓ ପୁରୀରୁ ଚିହ୍ନଟ ହୋଇଛନ୍ତି ଆଉ ୪୦୫ ପଜିଟିଭ୍ । ବାକି ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଶହ ଭିତରେ ରହିଛି ।

ନୂଆପଡ଼ା ସବୁଠୁ କମ୍ ୫୪, ଦେବଗଡ଼ରୁ ୫୫, ଗଜପତିରୁ ୮୫ ଓ କନ୍ଧମାଳ ଜିଲ୍ଲାରୁ ଆଉ ୯୦ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୭ଲକ୍ଷ ୬୪ହଜାର ୯୯୭କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୬ଲକ୍, ୭୦ହଜାର ୫୨୭ ଆକ୍ରାନ୍ତ । ଏବେ ରାଜ୍ୟରେ ୯୧ହଜାର ୬୬୩ କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.