Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୮୩୯୯ କରୋନା ପଜିଟିଭ୍, ଖୋର୍ଦ୍ଧାରେ ହଜାରେ ତଳକୁ ଖସୁନି

ଭୁବନେଶ୍ୱର: ଓଡ଼ିଶାରେ ସ୍ଥିର ରହିଛି କରୋନା ସଂକ୍ରମଣ । ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୩୯୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪ହଜାର ୭୪୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୬୫୮ । ଖୋର୍ଦ୍ଧାରେ ହଜାରେ ତଳକୁ ଖସୁନି ଦୈନିକ ସଂକ୍ରମଣ । ଆଜି ଜିଲ୍ଲାରୁ ସର୍ବାଧିକ ୧୧ଶହ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କଟକରୁ ୭୬୬, ଯାଜପୁରରୁ ୫୧୪, ମୟୂରଭଞ୍ଜରୁ ୪୮୫, ସୁନ୍ଦରଗଡ଼ରୁ ୪୭୭, ପୁରୀରୁ ୪୭୫, ଅନୁଗୋଳରୁ ୪୬୮, ଢେଙ୍କନାଳରୁ ୪୫୧ ନୂଆ ଆକ୍ରାନ୍ତ ବାହାରିଛନ୍ତି । ବାକି ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଭିତରେ ରହିଛି । ନୂଆପଡ଼ାରୁ ସବୁଠୁ କମ୍ ୩୪ ପଜିଟିଭ୍ ବାହାରିଛନ୍ତି ।

ନୂଆପଡ଼ା ସମେତ ୬ଟି ଜିଲ୍ଲା ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳରୁ ୨୪ ଘଣ୍ଟାରେ ଶହେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୭ଲକ୍ଷ ୮୨ହଜାର ୧୩୧କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୬ଲକ୍ଷ ୯୨ହଜାର ୨୭ ସଂକ୍ରମିତ । ଏବେ ରାଜ୍ୟରେ ୮୭ହଜାର ୨୨୦ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.