Latest Odisha News

BREAKING NEWS

କରୋନା ମୃତ୍ୟୁରେ ଲାଗୁନି ବ୍ରେକ: ଆଜି ରାଜ୍ୟରୁ ରେକର୍ଡ ୪୦ ମୃତ

ଭୁବନେଶ୍ୱର: ରାଜ୍ୟରେ ବୋଲ ମାନୁନି କରୋନା ମୃତ୍ୟୁସଂଖ୍ୟା । ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ଆଉ ୪୦ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ୧୪ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୪ଟି ଜିଲ୍ଲା ଅନୁଗୋଳ, କଟକ, କଳାହାଣ୍ଡି ଓ ଖୋର୍ଦ୍ଧାରେ ୫ ଜଣ ଲେଖାଏ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

ଝାରସୁଗୁଡ଼ା ଜିଲ୍ଲାରୁ ଆଉ ୪ ଜଣ ସଂକ୍ରମିତଙ୍କ ଜୀବନ ନେଇଛି କରୋନା । ରାୟଗଡ଼ା ଓ ବୌଦ୍ଧ ଜିଲ୍ଲାରୁ ୩ ଜଣ ଲେଖାଏ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦେବଗଡ଼, ନବରଙ୍ଗପୁର ଓ ସମ୍ୱଲପୁର ଜିଲ୍ଲାରେ ଆଉ ୨ ଜଣ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ମାଲକାନଗିରି, ଯାଜପୁର, ଢେଙ୍କାନାଳ, ବାଲେଶ୍ୱର ଜିଲ୍ଲାରୁ କରୋନା ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୮ଶହ ୩୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.