Latest Odisha News

BREAKING NEWS

ସ୍ତ୍ରୀର ମୃତଦେହ ଧରି ଫେରିବା ବାଟରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ସ୍ୱାମୀ ମୃତ

ବଲାଙ୍ଗିର: ସ୍ତ୍ରୀର ମୃତଦେହକୁ ଧରି ଆମ୍ବୁଲାନ୍ସରେ ଫେରିବା ବାଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ଆମ୍ୱୁଲାନ୍ସ । ଏଥିରେ ସ୍ତ୍ରୀର ମୃତଦେହ ଧରି ଗାଁକୁ ଫେରୁଥିବା ସ୍ୱାମୀର ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଝୁଲେନବର ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଲେ ତୁରେକେଲା ବ୍ଲକ ଅନ୍ତର୍ଗତ ଲର୍କି ଗ୍ରାମର ବିପିନ ସେଠ୍ ।

ତାଙ୍କ ପତ୍ନୀ ସାଏବାନୀ ସେଠ୍ ପାରାଲିସିସ୍ ରୋଗରେ ପୀଡ଼ିତ ଥିଲେ। ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀ  ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ନିଜ ଗାଁକୁ ଧରି ଫେରିବା ବାଟରେ ଦୁର୍ଘଟଣାରେ ବିପିନଙ୍କ ଜୀବନ ଯାଇଛି । ସେ ଆମ୍ବୁଲାନ୍ସର ଆଗପଟରେ ବସିଥିଲେ ।

ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଆମ୍ବୁଲାନ୍ସ ଡ୍ରାଇଭର । ପାଟଣାଗଡ ପୋଲିସ ଓ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ୱାମୀ, ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲେ । ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.