Latest Odisha News

ରାଜ୍ୟରେ ହଜାରେ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ଆଉ ୧୦୪ ପିଲା ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ କମୁଛି କରୋନାର ଦୈନିକ ସଂକ୍ରମଣ । ଆଜି ହଜାରେ ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୬୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ୧୦୪ ଜଣ ସଂକ୍ରମିତ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୫୦୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୧ । ୨୪ ଘଣ୍ଟାରେ ୬୨ହଜାର ୧୧୯ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୩୯ ପ୍ରତିଶତ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୬ ସଂକ୍ରମିତ ହୋଇଥିବା ବେଳେ କଟକରୁ ୧୫୪ ଓ ବାଲେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୫୨ ପଜିଟିଭ୍ । ୨୪ ଘଣ୍ଟାରେ କୋରାପୁଟ, ନବରଙ୍ଗପୁର, ସୁବର୍ଣ୍ଣପୁର ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି । ବାକି ୨୪ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଭିତରେ ରହିଛି । ୧୦ ଜିଲ୍ଲାରେ ଦୁଇ ଅଙ୍କ ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୯୫ହଜାର ୪୩୩କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୭୮ହଜାର ୨୪୦ ଆକ୍ରାନ୍ତ । ଏବେ ରାଜ୍ୟରେ ୧୦ହଜାର ୧୮୭ଟି ଆକ୍ଟିଭ୍ କେସ୍ ରହିଛି ।

Comments are closed.