Latest Odisha News

ଆଜି ଓଡ଼ିଶାରୁ ୮୮୭ କରୋନା ପଜିଟିଭ୍, ଆଉ ୧୩୧ ପିଲା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ହଜାରେ ଭିତରେ ରହିଛି କରୋନାର ଦୈନିକ ସଂକ୍ରମଣ । କିନ୍ତୁ ଗତକାଲି ଅପେକ୍ଷା ଆଜି ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୮୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୧୩୧ ପଜିଟିଭ୍ । ନୂଆ ସଂକ୍ରମିତଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୫୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୭୨ ।

ଆଜି ୨୮ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩, କଟକରୁ ୧୧୯, ବାଲେଶ୍ୱରରୁ ୫୬, ଯାଜପୁରରୁ ୪୩, ପୁରୀରୁ ଚିହ୍ନଟ ହୋଇଛନ୍ତି ୩୯ ଆକ୍ରାନ୍ତ । ବାକି ୨୩ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୪୦ ଭିତରେ ରହିଛି । ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ବାହାରି ନାହାନ୍ତି ।

୨୪ ଘଣ୍ଟାରେ ୬୮ହଜାର ୭୧୭ କୋଭିଡ୍ ଟେଷ୍ଟ ହୋଇଛି । ରାଜ୍ୟରେ ପଜିଟିଭ୍ ହାର ରହିଛି ୧.୨୯ ପ୍ରତିଶତ । କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୩ହଜାର ୨୧୦କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୮୭ହଜାର ୩୬୯ ଆକ୍ରାନ୍ତ । ଏବେ ରାଜ୍ୟରେ ୮ହଜାର ୨୨୬ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.