Latest Odisha News

BREAKING NEWS

ବାଇଡେନଙ୍କୁ ଟ୍ରମ୍ପଙ୍କ ପ୍ରଶ୍ନ: ଆଫଗାନରୁ କେତେ ଆତଙ୍କୀଙ୍କୁ ଆମେରିକା ଆଣିଛ ?

ଓ୍ୱାଶିଂଟନ୍: କାବୁଲକୁ ତାଲିବାନ ଅକ୍ତିଆର କରିବା ପରେ ସେଠାରୁ ବାହାର ଦେଶର ଲୋକ, ଆଫଗାନ ଶରଣାର୍ଥୀ ଓ ଅନ୍ୟାନ୍ୟ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରୁଛି ଆମେରିକା । କାବୁଲ ଏୟାରପୋର୍ଟରେ ମାର୍କିନ ସୈନ୍ୟ ନିୟୋଜିତ ଅଛନ୍ତି । ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କୁ ଆମେରିକା ଏୟାରଲିଫ୍ଟ କରୁଛି । ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାାହାର ନୀତିକୁ ନେଇ ପ୍ରଶ୍ନ କରିଛନ୍ତି ଟ୍ରମ୍ପ । ବାଇଡେନଙ୍କୁ ପଚାରିଛନ୍ତି, ଆଫଗାନିସ୍ତାନରୁ ଆତଙ୍କବାଦୀଙ୍କୁ ଆମେରିକାକୁ ନେଇ ଆସି ନାହାନ୍ତି ତ ? ଟ୍ରମ୍ପ ଅଭିଯୋଗ କରିଛନ୍ତି, ବାଇଡେନ ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ହାତରେ ଟେକିଦେଲେ । ତାଙ୍କର ସେନା ଅପସାରଣ ନୀତି ଦ୍ୱାରା ହଜାର ହଜାର ଆମେରିକା ବାସୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଛି ।

ଟ୍ରମ୍ପ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଯେଉଁ ଆମେରିକା ଯେଉଁ ୨୬ ହଜାର ଲୋକଙ୍କୁ ଆଫଗାନିସ୍ତାନରୁ ଆଣିଛି ସେଥିରେ କେବଳ ୪ହଜାର ଆମେରିକୀୟ ଅଛନ୍ତି । ଏଥିସହ ସେ ପ୍ରଶ୍ନ କରିଛନ୍ତି ବାଇଡେନ୍ ହଜାର ହଜାର ଆତଙ୍କବାଦୀଙ୍କୁ ଏୟାରଲିଫ୍ଟ କରି ନାହାନ୍ତି ତ ?

ଯେଉଁମାନେ ଦେଶର କୋଣ ଅନୁକୋଣକୁ ପହଞ୍ଚି ସାରିଲେଣି ? ବାଇଡେନ୍ ଆତଙ୍କୀଙ୍କୁ ଆମେରିକା ଏୟାରଲିଫ୍ଟ କରି ଆଣି ନାହାନ୍ତି ତ ବୋଲି ପ୍ରଶ୍ନ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଅଗଷ୍ଟ ୩୧ ସୁଦ୍ଧା ଆମେରିକା ସେନା ଆଫଗାନିସ୍ତାନ ଛାଡିବେ ବୋଲି ଡେଡଲାଇନ୍ ସ୍ଥିର ହୋିଛି ।

Leave A Reply

Your email address will not be published.