Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ, ଅତିରିକ୍ତ ଏସପିଙ୍କ ଘରେ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପୋଲିସ କମ୍ୟୁନିକେସନ୍ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘର ସମେତ ୧୧ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । କଟକ, କୋରାପୁଟ, ଯାଜପୁର ଓ ଭୁବନେଶ୍ୱରରେ ଚାଲିଛି ରେଡ୍ ।

ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ମନୋରମା ଇଷ୍ଟେଟରେ ଚାଲିଛି ଚଢ଼ାଉ । ନବରଙ୍ଗପୁର ଡାବୁଗାଁ ପୈତୃକ ଘର, ଯାଜପୁର ଜିଲ୍ଲା ବଡ଼ଚଣାରେ ଶ୍ୱଶୁର ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ସେହିପରି ଯାଜପୁର ବଡ଼ଚଣାରେ ଥିବା ଶାନ୍ତିଲତା ଫାର୍ମ ହାଉସ, ଚଣ୍ଡିଖୋଲ ବଜାରରେ ଥିବା ଶାନ୍ତିଲତା ନର୍ସିଂହୋମ ଓ ମେଡ଼ିସିନ୍ ଦୋକାନରେ ବି ଚଢ଼ାଉ ଚାଲିଛି ।

ଚଣ୍ଡିଖୋଲରେ ରହିଛି ଦୁଇଟି ଶାନ୍ତିଲତା ଟ୍ରାନ୍ସପୋର୍ଟ । ଜଗତସିଂହପୁର ବିରିଡିରେ ଥିବା ତାଙ୍କ ଡ୍ରାଇଭରଙ୍କ ଘର, କଟକ ମହାନଦୀବିହାରରେ ଦୁଇ ପୁଅଙ୍କ ନାମରେ ଥିବା ଡ୍ରଗ ମାନୁଫାକଚର ୟୁନିଟରେ ବି ରେଡ୍ କରିଛି ଭିଜିଲାନ୍ସ । ତୁଳସୀପୁର ସ୍ଥିତ ତ୍ରିନାଥ ମିଶ୍ରଙ୍କ ସିଗନାଲ ଏସପି ଅଫିସ, ମଧୁପାଟଣା ଥାନା ପରିସରରେ ଥିବା ସରକାରୀ କ୍ୱାର୍ଟର୍ସରେ ରେଡ୍ କରିଛି ଭିଜିଲାନ୍ସ ।

ଏହି ରେଡରେ ଭିଜିଲାନ୍ସର ୩ ଜଣ ଅତିରିକ୍ତ ଏସପି, ୧୦ ଜଣ ଡିଏସପି , ୧୩ ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ତ୍ରିନାଥ ମିଶ୍ର କମିଶନରେଟ ପୋଲିସରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିଲେ । ବିଭିନ୍ନ ଥାନାରେ ଆଇଆଇସି, ଜୋନ୍ ଏସିପି ଓ ଆଡ଼ସିନାଲ ଡିସିପି ଭାବେ କାମ କରିଛନ୍ତି ।

Comments are closed, but trackbacks and pingbacks are open.