Latest Odisha News

ଆଜି ୪୦୦ ତଳକୁ ଖସିଲା ରାଜ୍ୟରେ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଆଜି ୪୦୦ ତଳକୁ ଖସିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୫୮ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪୯ । ୧୮ ବର୍ଷ ଭିତରେ ଆଉ ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୨୩ ଜିଲ୍ଲାରୁ ବାହାରିଛନ୍ତି ନୂଆ ଆକ୍ରାନ୍ତ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାକି ୨୨ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି । ୨୪ ଘଣ୍ଟାରେ ୫୩ହଜାର ୭୦୯ କୋଭିଡ୍ ଟେଷ୍ଟ ହୋଇଛି । ରାଜ୍ୟରେ ପଜିଟିଭ୍ ହାର ରହିଛି ୦.୬୬ ପ୍ରତିଶତ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୩୪ହଜାର ୬୩୪କୁ ବୃଦ୍ଧି ପାଇଛି। ସୁସ୍ଥ ହେଲେଣି ୧୦ଲକ୍ଷ ୨୧ହଜାର ୧୮୦ ସଂକ୍ରମିତ । ଏବେ ରାଜ୍ୟରେ ୫ହଜାର ୧୧୯ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.