Latest Odisha News

BREAKING NEWS

ଛତିଶଗଡ଼ରେ କରୋନା ବ୍ରେକ ଫେଲ୍: ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ବଢୁଛି

ଭୁବନେଶ୍ୱର: ଛତିଶଗଡ଼ରେ କରୋନା ସ୍ଥିତି ସାଂଘାତିକ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବଢୁଛି । ସେପଟେ ବ୍ୟାପୁଛି, ଏପଟେ ଓଡ଼ିଶାରେ ବଢୁଛି । ଗତ ୨୪ ଘଣ୍ଟାରେ ଛତିଶଗଡ଼ରୁ ଚିହ୍ନଟ ହୋଇଛନ୍ତି ୧୩ହଜାର ୫୭୬ ନୂଆ ଆକ୍ରାନ୍ତ । ଏହି ସମୟରେ ଓଡ଼ିଶାରୁ ବାହାରିଛି ୧୭୮୪ ପଜିଟିଭ୍ । ଏଥିରୁ ଛତିଶଗଡ଼ ସୀମାନ୍ତ ୮ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୭୮୭ । ଅର୍ଥାତ ଆଜି ଯେତିକି ନୂଆ ଆକ୍ରାନ୍ତ ତାର ୪୪ ପ୍ରତିଶତ କେବଳ ଛତିଶଗଡ଼ ସୀମାନ୍ତ ୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।
ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ୪୩% ଆକ୍ଟିଭ୍ କେସ୍ 
ସେହିପରି ଛତିଶଗଡ଼ ସୀମାନ୍ତ ଜିଲ୍ଲାଗୁଡ଼ିକରେ ଆକ୍ଟିଭ୍ କେସ୍ ଢ଼େର ଅଧିକ ରହିଛି । ସୁନ୍ଦରଗଡ଼, ନୂଆପଡ଼ା, ବରଗଡ଼, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ସକ୍ରିୟ ମାମଲା ଅଧିକ ରହିଛି ।
ଏହି ୫ଟି ଜିଲ୍ଲାରେ କେବଳ ୪ହଜାର ୨୦୬ଟି ଆକ୍ଟିଭ୍ କେସ୍ ରହିଛି । ସୁନ୍ଦରଗଡ଼ରେ ସକ୍ରିୟ ମାମଲା ଦୁଇ ହଜାର ଛୁଇଁବ । ନୂଆପଡ଼ାରେ ୮୦୦ ଶହ ହେଲାଣି । ରାଜ୍ୟରେ ଏବେ ୧୦ ହଜାର ୫୦୩ଟି ଆକ୍ଟିଭ୍ କେସ୍ ରହିଛି । ଏହାର ୪୩ ପ୍ରତିଶତ କେବଳ ଛତିଶଗଡ଼ ସୀମାନ୍ତ ୮ଟି ଜିଲ୍ଲାରେ ରହିଛି ।

ଏଭଳି ଟ୍ରେଣ୍ଡ ଜାରି ରହିଲେ ଆଘକୁ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ କରୋନା ସାଂଘାତିକ ସ୍ଥିତି ସୃଷ୍ଟି କରିବ । ମୁକାବିଲା ପାଇଁ ସୀମାରେ ଚେକିଂକୁ କଡ଼ାକଡ଼ି କରାଯାଇଛି । କୋଭିଡ୍ ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ୱା ଟିକାର ଦୁଇଟି ଡୋଜ୍ ନେଇଥିବା ସାର୍ଟିଫିକେଟ ନଥିଲେ ରାଜ୍ୟ ବାହାରୁ ଓଡ଼ିଶାରେ ପ୍ରବେଶ ଅନୁମତି ନାହିଁ । ଏବେ ଚିନ୍ତା ବଢ଼ାଇଛି ଗଳାବାଟ ।

Leave A Reply

Your email address will not be published.