Latest Odisha News

ଓଡିଶା ରେରା ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ; ଭାଙ୍ଗିବ ବେଆଇନ ତିନି ମହଲା

ଭୁବନେଶ୍ବର: ଭାଙ୍ଗିବ ବେଆଇନ ତିନି ମହଲା । ଆସନ୍ତା ଦୁଇ ମାସ ମଧ୍ୟରେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଅଷ୍ଟମରୁ ଦଶମ ମହଲାକୁ ଭାଙ୍ଗିବ ଓଡିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ଓରେରା) । ନିୟମ ଉଲ୍ଲଘଂନ ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେଇଛି ଓଡ଼ିଶା ରେରା । ଖାଲି ସେତିକି ନୁହେଁ ପୁରୀରେ ନିର୍ମାଣଧୀନ ‘ସି ରୋଜସ୍’ ଆପାର୍ଟମେଣ୍ଟରେ ବେଆଇନ ଭାବେ ନିର୍ମିତ ଅଷ୍ଟମ, ନବମ ଏବଂ ଦଶମ ମହଲା ମଧ୍ୟ ଭଙ୍ଗାଯିବ । ଏନେଇ ଓରେରା ପକ୍ଷରୁ ଆଦେଶନାମା ଜାରି ହୋଇଛି ।

ଏହି ଆଦେଶନାମା ଅନୁସାରେ, ପୁରୀ ସିପସରୁବାଲିରେ ୨୪୯ ୟୁନିଟ୍ ବିଶିଷ୍ଟ ୭ ମହଲା ଆପାର୍ଟମେଣ୍ଟ ତିଆରି ପାଇଁ ପୁରୀ କୋଣାର୍କ ଡେଭଲପମେଣ୍ଟ ଅଥରିଟି (ପିକେଡିଏ) ଠାରୁ ଅନୁମତି ନେଇଥିଲା । କିନ୍ତୁ ଏହି ନିୟମ ଉଲ୍ଲଘଂନ କରି ସେଠାରେ ୩୫୫ ୟୁନିଟ୍ ବିଶିଷ୍ଟ ୧୦ ମହଲା ଆପାର୍ଟମେଣ୍ଟ ନିର୍ମାଣ କରିଛି ।

ପୁରୀ ବିକାଶ ପରିଷଦର ସଭାପତିଙ୍କ ଇ-ମେଲ୍ ଆବେଦନ ଆଧାରରେ ଓରେରା ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ବେଆଇନ୍ ଭାବେ ‘ସି ରୋଜସ୍’ ଆପାର୍ଟମେଣ୍ଟ ନିର୍ମାଣ କରିଥିବାରୁ ଏଭସ ବିଲ୍ଡକନ୍ ଉପରେ ୯୦ ଲକ୍ଷ ଟଙ୍କା ଜରିମାନା କରିଛି ।

Comments are closed.