Latest Odisha News

ସୁସ୍ଥ ହେବା ପରେ ଛତିଶଗଡ ଫେରିଗଲେ ସୁନ୍ଦରଗଡରୁ ଉଦ୍ଧାର ମା’ ଓ ଝିଅ

ସୁନ୍ଦରଗଡ଼: ଚିକିତ୍ସା ପରେ ନିଜ ରାଜ୍ୟକୁ ଫେରି ଯାଇଛନ୍ତି ସୁନ୍ଦରଗଡରୁ ଉଦ୍ଧାର ହୋଇଥିବା ମା’-ଝିଅ । ସେମାନଙ୍କୁ ନେବାପାଇଁ ତାଙ୍କର ସମ୍ପର୍କୀୟ ଆସିଥିଲେ । ସୁନ୍ଦରଗଡ ଟାଉନ ଥାନା ପୋଲିସ ମା’ ଓ ଝିଅଙ୍କୁ ପରିବାରକୁ ହସ୍ତାନ୍ତର କରିଛି ।

ଉଲଗ୍ନ ଅବସ୍ଥାରେ ବୁଲୁଥିବା ମା’ ଓ ଝିଅଙ୍କୁ ବିଧାୟିକ କୁସୁମ ଟେଟେ ଉଦ୍ଧାର କରି ପୋଷାକ ଦେଇଥିଲେ । ପରେ ସେମାନଙ୍କୁ ଆସ୍ଥା ଗୃହରେ ରଖାଇ ଚିକିତ୍ସା ବ୍ୟବସ୍ଥା କରାଇଥିଲେ ।  ସାମାନ୍ୟ  ସୁସ୍ଥ ହେବା ପରେ ନିଜ ପରିଚୟ କହିଥିଲେ ମା’ ଓ ଝିଅ ।

ପଚରାଉଚରା ପରେ ଉଭୟଙ୍କ ଘର ଛତିଶଗଡ଼ର ତୁମଲା ଥାନା ଖାରିବହାଲ ଗାଁରେ ବୋଲି ଜାଣିବାକୁ ମିଳିଥିଲା । ସୁନ୍ଦରଗଡ଼ ପୁଲିସ ପରିବାର ଲୋକଙ୍କୁ ଖୋଜି ବାହାର କରିଥିଲା ।   ସୁନ୍ଦରଗଡ଼ ଟାଉନ୍ ଥାନାରେ ମହିଳାଙ୍କ ବଡ଼ ଭଉଣୀ ଓ ସାନ ଝିଅଙ୍କ ବୟାନ ରେକର୍ଡ୍ କରାଯାଇଥିଲା। ଶେଷରେ ଆଜି ଭୋର ୫ଟାରେ ପରିବାର ସହ ମାଆଝିଅ ନିଜ ଗାଁ ଅଭିମୁଖେ ଯାତ୍ରା କରିଛନ୍ତି। ଯିବା ପାଇଁ ପୋଲିସ ପକ୍ଷରୁ ଗାଡିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ,   ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିବା ପରେ ସେ ୮ ବର୍ଷ ହେବ ମାନସିକ ଭାରସାମ୍ୟ ହରାଇଥିଲେ ।  ୪ ଦିନ ହେବ ସେ ଘର ଛାଡ଼ି ଚାଲି ଆସିଥିଲେ ବୋଲି ପରିବାର ଲୋକେ କହିଥିଲେ। ଅନ୍ୟପକ୍ଷେ ମହିଳା ନିଜେ କହିଥିଲେ, ଯେ, ଦିଅର ତାଙ୍କୁ ଓ ତାଙ୍କ ଝିଅଙ୍କୁ  ବାରମ୍ବାର ଦୁଷ୍କର୍ମ କରୁଥିଲା   । କିନ୍ତୁ ପରିବାର ଲୋକଙ୍କ ପକ୍ଷରୁ ଏପରି ଅଭିଯୋଗକୁ ମିଛି ବୋଲି କୁହାଯାଇଛି ।

 

Leave A Reply

Your email address will not be published.