Latest Odisha News

ପ୍ରଥମ ଦିନ ସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ୯ ମାସ ପରେ ଆଜିଠାରୁ ରାଜ୍ୟରେ ଖୋଲିଛି ସ୍କୁଲ । କ୍ଲାସରୁମରେ ପୁଣି ଥରେ ଆରମ୍ଭ ହୋଇଛି ପାଠପଢ଼ା । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ସ୍କୁଲ ଖୋଲିଛି । ଆଜି ପ୍ରଥମ ଦିନରେ ସ୍କୁଲ ପରିଦର୍ଶନ କରି ବ୍ୟବସ୍ଥା ପରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଆଜି ଗଣଶିକ୍ଷା ମନ୍ତ୍ରୀ ବିଜେବି ସ୍କୁଲ ପରିଦର୍ଶନ କରିଥିଲେ । ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ଏସ୍‌ଓପି ପାଳନ ନେଇ ଅନୁଧ୍ୟାନ କରିବା ସହ ପୁରା ବ୍ୟବସ୍ଥା ଦେଖିଥିଲେ ଗଣଶିକ୍ଷା ମନ୍ତ୍ରୀ । କୋଭିଡ୍ କଟକଣା ଭିତରେ ପାଠପଢ଼ା ଚାଲିଛି । ଗୋଟିଏ ସେକ୍ସନରେ ସର୍ବାଧିକ ୨୦-୨୫ ଜଣ ପିଲା ପାଠ ପଢୁଛନ୍ତି । ଅଧିକ ପିଲାଙ୍କ ପାଇଁ ଅଧିକ ସେକ୍ସନ କରାଯାଇଛି ।

Leave A Reply

Your email address will not be published.